www.samajalive.in
Friday, December 12, 2025
27.1 C
Bhubaneswar

ଆଜିଠୁ ଗଡ଼ିବ ଘରୋଇ ବସ୍‌

ଭୁବନେଶ୍ବର : ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ପ୍ରମୁଖ ଦାବିଗୁଡ଼ିକୁ ରାଜ୍ୟ ସରକାର ପୂରଣ କରିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେବା ପରେ ଆସନ୍ତାକାଲି ଠାରୁ ବସ୍ ଚଳାଚଳ ଆରମ୍ଭ ହେବା ନେଇ ସମ୍ଭାବନା ଜାତ ହୋଇଛି। ତେବେ ବସ୍‌ ଭଡ଼ା ବୃଦ୍ଧି କରାଯିବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଦେଇଛି। ପରିବହନ ମନ୍ତ୍ରୀ ପଦ୍ମାନାଭ ବେହେରା କହିଛନ୍ତି ଘରୋଇ ବସ ମାଲିକ ସଂଘର ଦାବି ଉପରେ ଗତକାଲି ଆଲୋଚନା କରାଯାଇଛି ଓ ଏହା ପୂରଣ ପାଇଁ ପଦକ୍ଷେପ ନିଆଯିବ। ତେଣୁ ଖୁବ ଶୀଘ୍ର ବସ ଚଳାଚଳ ଆରମ୍ଭ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ଅପରପକ୍ଷେ ଆଜି ଚଣ୍ଡିଖୋଲ
ଠାରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସଭାପତି ଲୋକନାଥ ପାଣିଙ୍କ ସଭାପତିତ୍ବରେ ସାଧାରଣ ପରିଷଦ ବୈଠକରେ ଆଲୋଚନା ପରେ ଗୁରୁବାର ଠାରୁ ବସ୍ ଗଡ଼ିବା ନେଇ ସବୁଜ ସଙ୍କେତ ଦିଆଯାଇଛି।

ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ କାଲି ଠାରୁ ବସ୍ ଚଳାଚଳ ଆରମ୍ଭ ପାଇଁ ସଂଘ ନିଷ୍ପତ୍ତି ନେଇଛି। ଲକ୍ ଡାଉନ୍ ପାଇଁ ଦୁଇ ମାସ ହେଲା ଆମେ କ୍ଷତି ସହି ଆସୁଛୁ। ତେଣୁ ସରକାରଙ୍କ ଆଗରେ ଆମେ ୬ ମାସର ଟିକସ ଛାଡ଼ ସହିତ ବୀମା ଅବଧି ୬ ମାସ ବୃଦ୍ଧି, ବ୍ୟାଙ୍କ ସୁଧ ୬ ମାସ ଛାଡ଼ ଏବଂ କର୍ମଚାରୀଙ୍କୁ ଆର୍ଥିକ ସହାୟତା ତଥା ବୀମା ଭୁକ୍ତ କରିବା ପାଇଁ ଦାବି ରଖିଥିଲୁ। ମନ୍ତ୍ରୀ ଏଥିରୁ ରୋଡ଼ ଟିକସ ୩ ମାସ ପାଇଁ ଛାଡ଼ କରିବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିବା ବେଳେ ଅନ୍ୟ ଦାବି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି। ସିଟ୍ ଅନୁସାରେ ଯାତ୍ରୀ ନିଆଯିବ, ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ବୋଲି ଶ୍ରୀ ନାୟକ କହିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ ଆବଶ୍ୟକତାକୁ ଦେଖି ସ୍ବଳ୍ପ ବସ୍ ଚଳାଚଳ ହେବ। ୧୪ ହଜାର ବସ୍ ଚଳାଇବା ପାଇଁ କିଛିଦିନ ସମୟ ଲାଗିପାରେ। ଅପରପକ୍ଷେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ପକ୍ଷରୁ କୁହାଯାଇଛି ଯେ ଶେଷ ଥର ପାଇଁ ମାର୍ଚ୍ଚ ୨୧ ତାରିଖରେ ସଂଶୋଧନ କରାଯାଇ ଥିଲା ଏବଂ ଏବେ ଏଥିରେ ବୃଦ୍ଧି କରାଯିବ ନାହିଁ। କାଲି ଠାରୁ ପୁରୁଣା ଭଡ଼ା ଆଦାୟ ହେବ। ସାଧାରଣ ବସ୍ ଭଡ଼ା କିମି ପିଛା ୬୭ ପଇସା ଥିବା ବେଳେ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୭୦ ପଇସା, ଡିଲକ୍ସ କିମି ପିଛା ୯୫ ପଇସା ଓ ଏସି ଡିଲକ୍ସ ଭଡ଼ା କିମି ପିଛା ୧ ଟଙ୍କା ୧୭ ପଇସା ରହିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories