କେନ୍ଦେଇପଶିରେ ନିର୍ମାଣାଧୀନ ମିନି ଷ୍ଟାଡିୟମ କାର୍ଯ୍ୟ ସାରିବାକୁ ଦାବି   

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶିଠାରେ ନିର୍ମାଣାଧୀନ ମିନି ଷ୍ଟାଡିୟମ କାର୍ଯ୍ୟ ବନ୍ଦ ରହିଥିବାରୁ ସ୍ଥାନୀୟ ଅଞ୍ଚଳର ଖେଳାଳିମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବ ସରକାର ସମୟରେ ଏହି ଷ୍ଟାଡିୟମ କାର୍ଯ୍ୟ ଆରମ୍ଭ ହୋଇଥିଲା। ଷ୍ଟାଡିୟମ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଏଠାରେ କୌଣସି ଖେଳ କୁଦ କିମ୍ୱା ଅନ୍ୟାନ୍ୟ କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇପାରୁନାହିଁ। ବିଗତ ଦିନରେ ଏହି ଷ୍ଟାଡିୟମରେ ଅନେକ ପ୍ରତିଯୋଗିତା କରାଯାଇ ଖେଳ ଓ ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରାଯାଉଥିଲା। ଏହା ବ୍ୟତୀତ ସ୍ଥାନୀୟ ବିଦ୍ୟାଳୟ ଗୁଡିକର ଖେଳକୁଦ ମଧ୍ୟ ଏହି ପଡ଼ିଆରେ ଅନୁଷ୍ଠିତ ହୋଇଥାଏ। ତେବେ ଷ୍ଟାଡିୟମ କାମ ପାଖାପାଖି ୩ ବର୍ଷରୁ ଉର୍ଦ୍ଧ୍ବ ହେଲାଣି ଚାଲିଥିବାରୁ ଖେଳାଳି ଓ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ତୁରନ୍ତ ଏହି ଷ୍ଟାଡିୟମ କାର୍ଯ୍ୟ ଶେଷ କରିବା ପାଇଁ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Comments are closed.