www.samajalive.in
Saturday, December 6, 2025
15.1 C
Bhubaneswar

ସୁଶାନ୍ତ ସିଂହ ରାଜପୁତଙ୍କୁ ଚାହିଁ ବସିଛି ତାଙ୍କର ପ୍ରିୟ କୁକୁର ‘ଫଜ୍’

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ କେଇ ସପ୍ତାହ ବିତି ଗଲାଣି ।ତାଙ୍କ ପରିବାର ଓ ପ୍ରଶଂସକ ଏହାକୁ ନେଇ ଉଦାସ । ସୁଶାନ୍ତଙ୍କ ମୃତ୍ୟୁ ତଦନ୍ତକୁ ନେଇ ମଧ୍ୟ ରାଜନୀତି ସରଗରମ । ହେଲେ ଏହା ମଧ୍ୟରେ ତାଙ୍କର ପ୍ରିୟ ପୋଷାକୁକୁର ‘ଫଜ୍’ ସୁଶାନ୍ତଙ୍କୁ ବହୁତ ଝୁରୁଛି । ଏହି ମୂକ ଜୀବଟିର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଫଜ୍ ସୁଶାନ୍ତ ସିଂହଙ୍କ ବାଇକ୍ ଚାରିପଟେ ଘୁରିଘୁରି ସୁଶାନ୍ତଙ୍କୁ ଖୋଜୁଥିବା ଦେଖାଯାଉଛି । ଟ୍ବିଟରରେ ଏହି ଭିଡ଼ିଓ ସୁଶାନ୍ତ ସିଂହଙ୍କର ଜଣେ ପ୍ରଶଂସକ ପୋଷ୍ଟ କରିଛନ୍ତି ।

ଫଜ୍ ଓ ସୁଶାନ୍ତଙ୍କ ମଧ୍ୟରେ ସମ୍ପର୍କ ଥିଲା ବେଶ୍ ନିବିଡ଼ । ନିଜର କୁକୁରକୁ ସୁଶାନ୍ତ ବହୁତ ଭଲ ପାଉଥିଲେ । ତାକୁ ସାଥୀରେ ନେି ବୁଲିବାକୁ ଯାଉଥିଲେ, ଆଦର କରୁଥିଲେ । ବିଭିନ୍ନ ସମୟରେ କୁକୁର ସହ ଖେଳୁଥିବା ଭିଡ଼ିଓ ମଧ୍ୟ ଇଣ୍ଟରନେଟରେ ଦେଖାଯାଇଛି । ନିଜ କୁକୁର ସହ ଫଟୋ ଉଠାଇବାକୁ ସୁଶାନ୍ତ ଭଲ ପାଉଥିଲେ ଓ କୁକୁର ‘ଫଜ୍’ ମଧ୍ୟ ତାଙ୍କୁ ବେଶ୍ ଭଲ ପାଉଥିଲା । ୟୁନାଇଟେଡ଼୍ ଫର ଜଷ୍ଟିସ ନାମକ ଏକ ପେଜରେ ସୁଶାନ୍ତଙ୍କ କୁକୁର ଫଟୋ ଓ ଭିଡ଼ିଓ ପୋଷ୍ଟ କରାଯାଇଛି । ଏଥିରେ ତାଙ୍କ କୁକୁର ବହୁତ ଦୁଃଖୀ ଥିବା ଦେଖାଯାଉଛି ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories