www.samajalive.in
Monday, December 15, 2025
26.1 C
Bhubaneswar

ଏସ୍‌ଏସ୍‌ସି ପେପର ପ୍ରଘଟ ମାମଲା: ସୁପ୍ରିମ କୋର୍ଟର ତଦନ୍ତ ନିର୍ଦେଶ

ନୂଆଦିଲ୍ଲୀ: ଷ୍ଟାଫ ସିଲେକସନ କମିଶନ(ଏସ୍‌ଏସ୍‌ସି) ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ମାମଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ଏବାବଦରେ ସୁପ୍ରିମ କୋର୍ଟରେ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ୧୨ ମାର୍ଚ୍ଚରେ ସୁପ୍ରିମ କୋର୍ଟରେ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ଡିଓପିଟି ମନ୍ତ୍ରଣାଳୟ ଏହି ମାମଲାର ସୁପ୍ରିମ କୋର୍ଟ ତଦନ୍ତ ନିର୍ଦେଶ ପ୍ରଦାନ ୍‌କରିଛି। ତେବେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ନ୍ୟାୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବା ଛାତ୍ରଛାତ୍ରୀ ଏବେ ମଧ୍ୟ ଆନ୍ଦୋଳନରେ ଅବ୍ୟାହତ ରହିଛନ୍ତି। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ କୌଣସି ନେତା କିମ୍ବା ଅଧିକାରୀ ଲିଖିତ ଭାବରେ ମାମଲାର ସିବିଆଇ ଶୁଣାଣି ସମ୍ପର୍କରେ ଅବଗତ କରି ନଥିବାରୁ ସେମାନେ ଆନ୍ଦୋଳନକୁ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷରେ ଜନସ୍ୱାର୍ଥ ରୁଜୁ କରିଥିବା ଆଇନଜୀବୀ ମନୋହରଲାଲ ଶର୍ମା ଉକ୍ତ ମାମଲାର ନିରପେକ୍ଷ ତଦନ୍ତ ପାଇଁ ସ୍ୱତନ୍ତ୍ର ଏସଆଇଟି, କିମ୍ବା ସିବିଆଇ ଅଥବା ସୁପ୍ରିମ କୋର୍ଟର ପ୍ରତ୍ୟକ୍ଷତାରେ ଏକ ଜାଞ୍ଚ ଦଳ ଗଠନ କାରିବାକୁ ଆବେଦନ କରିଥିିଲେ। ଏହା ବ୍ୟତୀତ ଆଗାମୀ ଦିନରେ ଏଭଳି ପ୍ରଶ୍ନପତ୍ର ପ୍ରଘଟ ଯେପରି ନହେଉ ସେ ଦିଗରେ କେନ୍ଦ୍ର ସରକାର ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆବେଦନକାରୀ ସୁପ୍ରିମ କୋର୍ଟରେ ଗୁହାରି କରିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories