BJD Bijuli 480×75 Mob

ଶ୍ରୀଲଙ୍କାରେ ଅର୍ଥନୈତିକ ସହ ରାଜନୈତିକ ସଙ୍କଟ ଜାରି; ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି

BJD Bijuli 480×75 Mob

କଲମ୍ବୋ:  ଶ୍ରୀଲଙ୍କାରେ ଏବେ ବି ଲାଗି ରହିଛି ଅର୍ଥନୈତିକ ସଙ୍କଟ । ସରକାରଙ୍କ ବିରୋଧରେ ହଜାର ହଜାର ସଂଖ୍ୟାରେ ଜନତା ରାଜରାସ୍ତାକୁ ଓହ୍ଳାଇବା ସହ ପ୍ରତ୍ୟକ୍ଷ ବିଦ୍ରୋହ ଘୋଷଣା କରିଛନ୍ତି। ଜନତାଙ୍କ ବିରୋଧକୁ ଦେଖି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗୁଇନ୍ଦା ରିପୋର୍ଟ ଆଧାରରେ ଶୁକ୍ରବାର ରାତିରେ ରାଷ୍ଟ୍ରପତି ଭବନ ଛାଡ଼ି ପଳାୟନ କରିଛନ୍ତି । ଆଉ ପୁଲିସକୁ ଭୟ ନକରି ରାଷ୍ଟ୍ରପତି ଗୋଟାବାୟାଙ୍କ ସରକାରୀ ବାସଭବନ ଦଖଲ କରିଛନ୍ତି ଜନତା । ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ପଦରୁ ଇସ୍ତଫା ​‌ଦେବେ ଗୋଟାବାୟା ରାଜପାକ୍ଷେ ।

ଆସନ୍ତା ୧୩ ତାରିଖରେ ସେ ଇସ୍ତଫା ଦେବା ନେଇ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କ ଘରୋଇ ବାସଭବନରେ ମଧ୍ୟ ଶନିବାର ରାତିରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି । ବିକ୍ଷୁବ୍ଧ ଜନତା ଓ ପୁଲିସ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ପୁଲିସ କର୍ମଚାରୀଙ୍କ ସହ ୨୧ଜଣ ଆହତ ହୋଇଛନ୍ତି। ଜନତାଙ୍କୁ ଘଉଡ଼ାଇବାରେ ପୁଲିସ ବିଫଳ ହେବା ପରେ ସେମାନେ ରାଷ୍ଟ୍ରପତିଙ୍କ ରୋଷେଇ ଘରେ ପ୍ରବେଶ କରିବା ସହ ସୁଇମିଂ ପୁଲ୍‌ରେ ପହଁରିଛନ୍ତି। ଗୋଟାବୟ ପ୍ରଥମେ ସେନା ମୁଖ୍ୟାଳୟକୁ ଯିବା ପରେ ସମ୍ପ୍ରତି ନୌସେନା ଜାହାଜ ‘ଏସ୍‌ଏନ୍‌ଏଲଏସ୍‌ ଗଜବାହୁ’ରେ ଅବସ୍ଥାନ କରିଛନ୍ତି।

 

 

 

 

 

 

Comments are closed.