www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀଲଙ୍କାରେ ପାକିସ୍ତାନୀ ଶରଣାର୍ଥୀଙ୍କୁ ଆକ୍ରମଣ

କଲୋମ୍ବୋ: ଶ୍ରୀଲଙ୍କାରେ ଆଶ୍ରୟ​‌ ନେଇଥିବା ପାକିସ୍ତାନୀ ଶରଣାର୍ଥୀମାନଙ୍କୁ ଆକ୍ରମଣ କରାଯାଉଛି। ଖ୍ରୀଷ୍ଟିୟାନମାନଙ୍କୁ ଟାର୍ଗେଟ କରି ହୋଇଥିବା ସିରିଜ ବିସ୍ଫୋରଣ ଘଟଣା ପରେ କେତେକ ଅଞ୍ଚଳରେ ସ୍ଥାନୀୟ ଲୋକମାନେ ମୁସଲମାନ ଶରଣାର୍ଥୀମାନଙ୍କୁ ଆକ୍ରମଣ କରିଛନ୍ତି। ଫଳରେ ଶରଣାର୍ଥୀମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୪୦୦ ଶରଣାର୍ଥୀ ପରିବାରଙ୍କୁ ଥଇଥାନ କରାଯାଇଥିବା ସୂଚନା ମିଳିଛି।

ଶ୍ରୀଲଙ୍କାର ପଶ୍ଚିମ ତଟ ଏବଂ କଲୋମ୍ବୋର ଉତ୍ତରରେ ଅବସ୍ଥିତ ନେଗୋମ୍ବୋରେ ରହୁଥିବା ପାକିସ୍ତାନୀ ଶରଣାର୍ଥୀମାନଙ୍କୁ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି। ଫଳରେ ହଜାର ହଜାର ଶରଣାର୍ଥୀ ସେ ସ୍ଥାନ ଛାଡ଼ି ପଳାଇଛନ୍ତି। ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା ସନ୍ଦେହରେ ଘର ଭଡ଼ା ଦେଇଥିବା ମାଲିକ ବି ସେମାନଙ୍କୁ ତଡ଼ି ଦେଉଛନ୍ତି।

- Advertisement -

ଗତ ବୁଧବାର ସିରିଜ ବିସ୍ଫୋରଣ ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କର ସାମୁହିକ ଅନ୍ତିମ ସଂସ୍କାର ସମୟରେ ମୃତକଙ୍କ ପରିବାର ଲୋକ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ଅନେକ ଲୋକ ହାତରେ ଲୁହା ଛଡ଼ ଧରି ପାକିସ୍ତାନୀ ଶରଣାର୍ଥୀଙ୍କ ଘରେ ପଶି ଆକ୍ରମଣ କରିଥିଲେ। ଏପରି କି ସେମାନଙ୍କୁ ଘରୁ ବାହାରକୁ ଭିଡି ଆଣି ମାଡ଼ ମାରିଥିଲେ। ଶ୍ରୀଲଙ୍କାର ମୁସଲିମ କାଉନସିଲ ଉପାଧ୍ୟକ୍ଷ ହିଲ୍ମୀ ଅହମଦ କହିଛନ୍ତି, ପାକିସ୍ତାନୀ ଶରଣାର୍ଥୀମାନଙ୍କୁ ଆକ୍ରମଣ କରାଯାଉଛି। ଘର ମାଲିକମାନେ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି। ଫଳରେ ୪୦୦ ପରିବାରଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ସୁନ୍ନି ସମ୍ପ୍ରଦାୟର ମୁସଲମାନଙ୍କ ଦ୍ବାରା ଅହମଦିୟା ସମ୍ପ୍ରଦାୟ ନିର୍ଯାତିତ ହେଉଥିଲେ। ଫଳରେ ୫ବର୍ଷ ତଳେ ଏହି ସମ୍ପ୍ରଦାୟ ପାକିସ୍ତାନ ଛାଡ଼ି ଶ୍ରୀଲଙ୍କା ଚାଲିଆସିଥିଲେ। ପାକିସ୍ତାନ ଏବଂ ଆଫଗାନିସ୍ତାନର ଏହି ଶରଣାର୍ଥୀମାନେ ଯେପର୍ଯ୍ୟନ୍ତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ କିମ୍ବା ଅନ୍ୟ କୌଣସି ଦେଶରେ ଆଶ୍ରୟ ନେଇନାହାନ୍ତି ସେପର୍ଯ୍ୟନ୍ତ ଶ୍ରୀଲଙ୍କା ପରିବହନ ସୁବିଧା ଯୋଗାଇ ଦେଇଥାଏ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories