www.samajalive.in
Saturday, December 13, 2025
14.1 C
Bhubaneswar

ଶ୍ରୀଲଙ୍କା ପୁଲିସ ମୁଖ୍ୟଙ୍କ ଇସ୍ତଫା; ଗୁଇନ୍ଦା ବିଫଳତା ପାଇଁ ସରକାରଙ୍କୁ ଦାୟୀ କଲେ ରାଷ୍ଟ୍ରପତି

କଲମ୍ବୋ : ଶ୍ରୀଲଙ୍କା ପ୍ରତିରକ୍ଷା ସଚିବ ହେମଶିରୀ ଫର୍ଣ୍ଣାଡୋଙ୍କ ଇସ୍ତଫା ପରେ ପୁଲିସ ମୁଖ୍ୟ (ଇନ୍ସପେକ୍ଟର ଜେନେରାଲ ଅଫ ପୁଲିସ) ପୂଜିତ ଜୟସୁନ୍ଦରା ଶୁକ୍ରବାର ନିଜ ପଦ ତ୍ୟାଗ କରିଛନ୍ତି। ସେ କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ରାଷ୍ଟ୍ରପତି ମୈତ୍ରୀପାଲ ଶିରୀସେନା ଇଷ୍ଟର ରବିବାର ବିସ୍ଫୋରଣ ପାଇଁ ଗୁଇନ୍ଦା ବିଫଳତାକୁ ଦାୟୀ କରି ଦେଶର ଏହି ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦୋଷାରୋପ କରିବା ଓ ପଦତ୍ୟାଗ ପାଇଁ ପରାମର୍ଶ ଦେବା ପରିପ୍ରେକ୍ଷୀରେ କ୍ରମାନ୍ବୟରେ ଉଭୟ ଇସ୍ତଫା ଦେଇଛନ୍ତି। ଖୁବ୍‌ ଶୀଘ୍ର ନୂଆ ପ୍ରତିରକ୍ଷା ସଚିବ ଓ ପୁଲିସ ମୁଖ୍ୟଙ୍କୁ ନିଯୁକ୍ତି ଦିଆଯିବ ବୋଲି ରାଷ୍ଟ୍ରପତି କହିଛନ୍ତି। ଅପରପକ୍ଷରେ ରାଷ୍ଟ୍ରପତି ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା ଓ ଗୁଇନ୍ଦା ବିଫଳତା ନେଇ ରନିଲ ବିକ୍ରମସିଂହେଙ୍କ ନେତୃତ୍ବାଧୀନ ଦେଶର ସରକାରଙ୍କୁ ଦାୟୀ କରିଛନ୍ତି। ସରକାର ଗୁଇନ୍ଦା ବ୍ୟବସ୍ଥାକୁ ଦୁର୍ବଳ କରିଦେଇଥିବା ସେ ଅଭିଯୋଗ କରିଛନ୍ତି। ବନ୍ଧୁ ଦେଶ (ଭାରତ) ପକ୍ଷରୁ ବିସ୍ଫୋରଣ ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲେ ମଧ୍ୟ ତାଙ୍କୁ ସରକାରୀ ଭାବେ ଏହା ଅବଗତ କରା ନ ଯିବା ନେଇ ଶିରୀସେନା କ୍ଷୁବ୍ଧ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ କିଛି ସେନା ଗୁଇନ୍ଦା ଅଧିକାରୀଙ୍କ ବିରୋଧରେ ସେ ତଦନ୍ତ ନିର୍ଦେଶ ଦେଇଛନ୍ତି। ଖୁବ୍‌ ଶୀଘ୍ର ଆତଙ୍କବାଦ ଦମନ ପାଇଁ ଏକ ମିଳିତ ଅଭିଯାନ ଆରମ୍ଭ ହେବ ଓ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଦେଶର ପ୍ରତି ଘର ଯାଞ୍ଚ କରାଯିବ ବୋଲି ଶିରୀସେନା କହିଛନ୍ତି। ଦେଶ ଜନସଂଖ୍ୟାର ୯ପ୍ରତିଶତ ମୁସଲମାନଙ୍କୁ ଅନ୍ୟମାନେ ଆତଙ୍କବାଦୀ ଭାବେ ବିବେଚନା ନ କରିବାକୁ ସେ ନିବେଦନ କରିଛନ୍ତି। ସରକାରୀ ସୂଚନାନୁଯାୟୀ, ଦେଶରେ ପ୍ରାୟ ୧୪୦ ସନ୍ଦିଗ୍ଧ ଆଇଏସ୍‌ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ଜଣଙ୍କୁ ଗିରଫ କରାଗଲାଣି। ଅନ୍ୟମାନଙ୍କୁ ଶୀଘ୍ର ଗିରଫ ପାଇଁ ସେନା ଅଭିଯାନ ଜାରି ରହିଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁସଲମାନ ସଂଗଠନଗୁଡ଼ିକ ଶୁକ୍ରବାର ପ୍ରାର୍ଥନାକୁ ସ୍ଥଗିତ ରଖିଛନ୍ତି। ଅପରପକ୍ଷରେ ସରକାରୀ କର୍ମଚାରୀମାନଙ୍କୁ ନିଜ ଘରେ ବସି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ସରକାର ବିସ୍ଫୋରଣ ମୃତ୍ୟୁ ସଂଖ୍ୟାକୁ ଗୁରୁବାର ୩୫୯ରୁ ୨୫୩କୁ ହ୍ରାସ କରିଛନ୍ତି।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories