ନୂଆଦିଲ୍ଲୀ : ସ୍ବାମୀ ରୋହିତ ଶେଖରଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ପତ୍ନୀ ଅପୂର୍ବା ଶୁକ୍ଳାଙ୍କୁ ସ୍ଥାନୀୟ ଅଦାଲତ ଶୁକ୍ରବାର ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଦିଲ୍ଲୀ ପୁଲିସ ତାଙ୍କୁ ଆଉ ଜେରା କରିବାର ଆବଶ୍ୟକତା ନଥିବାରୁ ଅପୂର୍ବାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି। ଦିବଂଗତ କଂଗ୍ରେସ ନେତା ଏନଡି ତିୱାରିଙ୍କ ପୁଅ ରୋହିତଙ୍କ ହତ୍ୟା ଅଭିଯୋଗରେ ଏପ୍ରିଲ ୨୬ରେ ଅପୂର୍ବାଙ୍କୁ ଗିରଫ କରାଯାଇଥିଲା। ବୈବାହିକ କହଳକୁ ନେଇ ଅପୂର୍ବା ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
Popular Categories



