www.samajalive.in
Saturday, December 6, 2025
23.1 C
Bhubaneswar

‘’ରଥଯାତ୍ରା’’ଜାଣନ୍ତୁ ପରମ୍ପରା ସହ ଜଡ଼ିତ କିଛି ଜଣା ଅଜଣା କଥା

ଡ଼ାହୁକ ଡ଼ାକୁଚି ହାତକୁ ହଲାଇ
ଟାଣୁଛନ୍ତି ଲୋକେ ରଥ ଦଉଡ଼ି
ଘଡ଼ ଘଡ଼ କରି ରଥ ଚାଲୁଅଛି
ବାହାରିଛି ଜଗା ରାଇଜ ବୁଲି।
ଆଗରେ ଚାଲୁଛି ତାଳଧ୍ୱଜ ରଥ
ଜଗା ଆଖିରେ ତ ପଲକ ନାହିଁ
ରଥଯାତରାରେ ଦେଉଳ ଛାଡ଼ିଛି ଭକତ ସାଙ୍ଗରେ ମିଶିବା ପାଇଁ।
ଗୀତଟି ଶୁଣିବାକୁ କାନକୁ ଯେପରି ସୁମଧୁର ଲାଗୁଛି, ଏହାର ଅର୍ଥ ମଧ୍ୟ ସେଭଳି ହୃଦୟସ୍ପର୍ଶୀ ଓ ମନଲୋଭା। ଭକ୍ତଙ୍କ ପାଇଁ ପ୍ରଭୁ ନିଜ ବଡ଼ଦେଉଳ ଛାଡ଼ି ଯାତ୍ରାରେ ଆସି କୋଟି କୋଟି ଶ୍ରଦ୍ଧାଳୁଙ୍କ ସହ ଏକାଠି ହୋଇଥାଆନ୍ତି। ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା ରଥଯାତ୍ରାରେ ପରମ୍ପରା ଅନୁଯାୟୀ ତିନି ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ସରିବା ପରେ ରଥରୁ ଚାରମାର( ତାଳ ଓ ନଡ଼ିଆ ଗଛ କାଠରେ ପ୍ରସ୍ତୁତ) କିଛି ସ୍ୱତନ୍ତ୍ର ସେବକମାନଙ୍କ ସହାୟତାରେ ଖୋଲା ଯାଇଥାଏ। ଏହାପରେ ସାରଥୀ ଓ ଅଶ୍ୱକୁ ଆରୋହଣ ପୂର୍ବକୁ ଅନ୍ୟ ସେବକମାନେ ଅଶ୍ୱମାନଙ୍କୁ ରଥ ଦଉଡ଼ିଦ୍ୱାରା ବାନ୍ଧିଥାଆନ୍ତି। ଏହାପରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରଥ ଦଉଡ଼ିକୁ ରଥରେ ଲଗାଯାଇଥାଏ।ରଥ ଟଣାର ଅନ୍ୟତମ ଆକର୍ଷଣ ହେଉଛି ରଥ ଦଉଡ଼ି। ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାଆନ୍ତି।
ସର୍ବପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଏ। ରଥ ଗୀତ ବୋଲାଯାଇ ରଥଟଣା ଆରମ୍ଭ ହୋଇଥାଏ। ସର୍ବ ଧର୍ମ ନିର୍ବିଶେଷରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରଥ ଦଉଡ଼ି ଧାରଣ ପୂର୍ବକ ଆଦନ୍ଦ ମନରେ ରଥକୁ ଟାଣିଥାଆନ୍ତି। ଭକ୍ତଙ୍କ ହରିବୋଲ, ହୁଳହୁଳି ସଂକୀର୍ତନ ଆଦିରେ ସମଗ୍ର ବଡ଼ଦାଣ୍ଡରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ।
ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥାଏ। ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ସ୍ଥିତ ମାଉସୀ ମା’ ମନ୍ଦିରଠାରେ ତିନିଠାକୁରଙ୍କ ନିକଟରେ ପୋଡ଼ପିଠା ଭୋଗ କରାଯାଏ। ଏହାସହ ତିନିଠାକୁର ରଥରେ ଥିବା ସମୟରେ ଅନ୍ନ ଭୋଗ ନହୋଇ କେବଳ ଶୁଖିଲା ଭୋଗ ହୋଇଥାଏ। ଗୋପାଳବଲ୍ଲବଙ୍କ ଠାରୁ ଆରମ୍ଭ କରି ସମସ୍ତ ଧୂପ, ମଧ୍ୟାନ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ଧୂପରେ ମୁଖତଃ ବଲ୍ଲଭ ଖଇ, କୋରା, ଶର୍କରା ଜାତୀୟ ଦ୍ରବ୍ୟ ଭୋଗ ହୋଇଥାଏ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories