www.samajalive.in
Friday, December 5, 2025
20.1 C
Bhubaneswar

ସବୁଠାରୁ ଅଧିକ ପ୍ରଭାବୀ ସ୍ପୁଟନିକ ଭି ଟିକା : ମେ ପହିଲାରୁ ଭାରତକୁ ଆସିବ

ନୂଆଦିଲ୍ଲୀ: ରୁଷିଆ ସରକାର ଆସନ୍ତା ମେ ୧ ତାରିଖରୁ ଭାରତକୁ ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ଯୋଗାଣ ଆରମ୍ଭ କରିବେ। ଏହା ଭାରତରେ କୋଭିଡ ଟିକାକରଣ କ୍ଷେତ୍ରରେ ବିଶେଷ ସହାୟକ ହେବ। ଏହି ଟିକାର ବିଶେଷତ୍ୱ ହେଉଛି ଏହା କୋଭିଡ ଭୂତାଣୁକୁ ପ୍ରତିରୋଧ କରିବା କ୍ଷେତ୍ରରେ ୯୧.୬% ପ୍ରଭାବୀ ବୋଲି ଜଣାଯାଇଛି। ତେବେ ଏହି ଟିକାକୁ ନେଇ ଭାରତୀୟ ଜନସାଧାରଙ୍କ ମନରେ ଅନେକ ପ୍ରଶ୍ନ ରହିଥିଲେ ମଧ୍ୟ ରୁଷିଆ ଏହାର ପରୀକ୍ଷାମୂଳକ ପ୍ରୟୋଗ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିନାହିଁ। ଅବଶ୍ୟ ରୁଷିଆର ଗବେଷକଙ୍କ ମତରେ ଏହି ଟିକା ନିରାପଦ ଓ ଫଳପ୍ରଦ।
ସ୍ପୁଟନିକ ହେଉଛି ଏକ କୃତ୍ରିମ ଉପଗ୍ରହର ନାମ। ରୁଷିଆ ଭାଷାରେ ଏହାର ଅର୍ଥ ହେଉଛି ଯାତ୍ରାକାଳୀନ ସହଯୋଗୀ। ପୃଥିବୀ ପୃଷ୍ଠରୁ ମହାକାଶକୁ ଛଡାଯାଇଥିବା ପ୍ରଥମ କୃତ୍ରିମ ଉପଗ୍ରହର ନାମ ଥିଲା ସ୍ପୁଟନିକ। ଗତବର୍ଷ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ବିଶ୍ୱର ପ୍ରଥମ କୋଭିଡ-୧୯ ଟିକା ସ୍ପୁଟନିକ ଭି ସଂପର୍କରେ ଘୋଷଣା କରିଥିଲେ। ‘ଭି’ ଅର୍ଥ ରୋମର ଗାଣିତିକ ସଂଖ୍ୟା ‘୫’। ଏହି ଟିକାକୁ ଗାମାଲେୟା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ବିକଶିତ କରିଛି, ଯେଉ୍ୟ ପ୍ରତିଷ୍ଠାନା ପୂର୍ବରୁ ଇବୋଲା ଏବଂ ମର୍ସ ପ୍ରତିଷେଧକ ଟିକା ବିକଶିତ କରିଥିଲା। ଦି ଲାନ୍‍ସେଟ ପତ୍ରିକାରେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ସ୍ପୁଟନିକ ଭି ଟିକାର ପରୀକ୍ଷାମୂଳକ ବ୍ୟବହାର ସମ୍ପର୍କିତ ତଥ୍ୟ ପ୍ରକାଶ ପାଇବା ପରେ ସାଧାରଣରେ ଏହାକୁ ନେଇ ରହିଥିବା ଭାବଧାରା ପରିବର୍ତ୍ତିତ ହୋଇଥିଲା। ଉକ୍ତ ପତ୍ରିକାରେ ଉଲ୍ଲେଖ କରାଯାଇଥିଲା ଯେ ଏହି ଟିକା ନିରାପଦ ଏବଂ ପ୍ରଭାବୀ।
ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି, ତିନି ପର୍ଯ୍ୟାୟ ପରୀକ୍ଷାମୂଳକ ପ୍ରୟୋଗ ପରେ ଏହା ୯୧.୬% ପ୍ରଭାବୀ ବୋଲି ଜଣାଯାଇଛି। ଭାରତ ସରକାର ଏପ୍ରିଲ ୨୧ରେ ଏହାକୁ ଭାରତରେ ଟିକାକରଣ ପାଇଁ ଅନୁମତି ପ୍ରଦାନ ବିଷୟ ଘୋଷଣା କରିଥିଲେ। ଇତିମଧ୍ୟରେ ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି ଯେ ଏପର୍ଯ୍ୟନ୍ତ କୋଭିଡ-୧୯ ବିରୁଦ୍ଧରେ ଯେତେଗୁଡିକ ଟିକା ବିକଶିତ କରାଯାଇଛି, ସେଥିମଧ୍ୟରେ ସ୍ପୁଟନିକ ଭି ସବୁଠାରୁ ଅଧିକ ପ୍ରଭାବୀ। ଏହା କହିଛି ଯେ ରୁଷିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୩.୮ ନିୟୁତ ଟିକାକରଣ ତଥ୍ୟକୁ ଆଧାର କରି ଏହି ଟିକା ୯୭.୬% ପ୍ରଭାବୀ ଏବଂ ଏହା ସଂକ୍ରମଣକୁ ପ୍ରତିହତ କରୁଥିବା ଦର୍ଶାଇଛି।
ଆଷ୍ଟ୍ରା ଜେନେକାର କୋଭିଶିଲ୍‍ଡ ଟିକା ଭଳି ସ୍ପୁଟନିକ ଭି ହେଉଛି ଏକ ଭୂତାଣୁ ଭେକ୍ଟର ଟିକା। କିନ୍ତୁ ଏହାର ଦୁଇ ଡୋଜ ଟିକା ପରସ୍ପର ଠାରୁ ଭିନ୍ନ, ଯାହା ଅନ୍ୟ ଟିକାଗୁଡିକ କ୍ଷେତ୍ରରେ ନାହିଁ। ଏହାର ଦୁଇ ଡୋଜ ପରସ୍ପରଠାରୁ ଭିନ୍ନ ହେବାର କାରଣ ହେଉଛି ଏହା ସାର୍ସ କୋଭିଡ-୨ର ସ୍ପାଇକ ପ୍ରୋଟିନକୁ ନିଜର ଲକ୍ଷ୍ୟ ବନାଉଛି, ଯାହା କୋଭିଡ-୧୯ ରୋଗର କାରଣ ହୋଇଛି। ଏହି ଟିକା କୋଭିଡ-୧୯ ବିରୁଦ୍ଧରେ ଅପେକ୍ଷାକୃତ ଦୀର୍ଘକାଳ ସୁରକ୍ଷା ପ୍ରଦାନ କରୁଥିବା କୁହାଯାଇଛି। ଗାମାଲେୟା ଇନଷ୍ଟିଚ୍ୟୁଟ ସ୍ପୁଟନିକ ଭି ଟିକାର ଅନ୍ୟଏକ ରୂପ ମଧ୍ୟ ବିକଶିତ କରୁଛି, ଯାହାକୁ ସାଧାରଣ ରେଫ୍ରିଜେରେଟର ତାପମାତ୍ରାରେ ସଂରକ୍ଷିତ କରାଯାଇପାରିବ। ଇନଷ୍ଟିଚ୍ୟୁଟ ପକ୍ଷରୁ ସ୍ପୁଟନିକ ଭି ଟିକାର ପାଉଡର ରୂପ ବିକଶିତ କରାଯାଇଛି। ତତ୍‍ସହିତ ଏହା ମୂଲ୍ୟଗତ ଦୃଷ୍ଟିରୁ ମଧ୍ୟ ଯଥେଷ୍ଟ କମ ରହିଛି। ରୁଷିଆ ସୂଚନା ଦେଇଛି ଯେ ଭାରତରେ ଏହି ଟିକା ୭୫୦ ଟଙ୍କାରୁ କମ ମୂଲ୍ୟରେ ଉପଲବ୍ଧ ହେବ। ଇତିମଧ୍ୟରେ ୬୦ରୁ ଅଧିକ ରାଷ୍ଟ୍ର ସ୍ପୁଟନିକ ଭି ଟିକା ନେବାପାଇଁ ଚୁକ୍ତି ସ୍ୱାକ୍ଷର କରିସାରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories