www.samajalive.in
Monday, December 8, 2025
24.1 C
Bhubaneswar

୧୫କୁ ଖସିଲା ସିନ୍ଧୁଙ୍କ ବିଶ୍ୱ ମାନ୍ୟତା

ନୂଆଦିଲ୍ଲୀ: ବିଶ୍ବ ବ୍ୟାଡ୍‌ମିଣ୍ଟନ ମହାସଂଘ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ମାନ୍ୟତା ତାଲିକାରେ ମହିଳା ଏକକରେ ପ୍ରମୁଖ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ୩ଟି ସ୍ଥାନ ତଳକୁ ଖସିଛନ୍ତି। ଫଳରେ ତାଙ୍କ ମାନ୍ୟତାରେ ଏବେ ୧୫କୁ ଖସିଆସିଛି। ୨ଟି ଅଲିମ୍ପିକ୍‌ସ ପଦକ ଜିତିଥିବା ସିନ୍ଧୁ ତାଙ୍କର ଶେଷ ୧୩ଟି ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନ ଆଧାରରେ ୫୧,୦୭୦ ପଏଣ୍ଟ ପାଇଛନ୍ତି। ତାଙ୍କ ଗୋଇଠିରେ ଆଘାତ ଯୋଗୁଁ ସିନ୍ଧୁ ୫ ମାସ ଖେଳିନଥିଲେ। ଚଳିତବର୍ଷ ସେ ବ୍ୟାଡ୍‌ମିଣ୍ଟନ କୋର୍ଟକୁ ଫେରିବା ପରେ ସେପରି ଭଲ ପ୍ରଦର୍ଶନ କରି ପାରିନାହାନ୍ତି। ସେ ମାଦ୍ରିଦ୍ ସ୍ପେନ୍ ମାଷ୍ଟର୍ସ ସୁପର ୩୦୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିବା ସହ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଖେଳିଥିଲେ। ବାକି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସେ ବିଦାୟ ନେଇଥିଲେ। ଏକାଧିକ ଟୁର୍ଣ୍ଣାମେଣ୍ଟରେ ସିନ୍ଧୁ ପ୍ରଥମ ରାଉଣ୍ଡ ମଧ୍ୟ ଅତିକ୍ରମ କରି ପାରିନଥିଲେ। ଫଳରେ ଚଳିତବର୍ଷ ସେ ବିଶ୍ବ ମାନ୍ୟତାର ୧୦ନଂ ତଳକୁ ଖସି ଆସିଥିଲେ।

ଚଳିତବର୍ଷ ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଖେଳାଳିଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍‌ଡୀ ଓ ଚିରାଗ ସେଟ୍ଟି। କ୍ରମାଗତ ୨ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ଜିତିଥିବା ସାତ୍ତ୍ବିକ-ଚିରାଗ ଚଳିତବର୍ଷ ପ୍ରଥମ ଭାରତୀୟ ଭାବେ ଇଣ୍ଡୋନେସିଆ ଓପନ୍‌ ବିଡବ୍ଲ୍ୟୁଏଫ୍‌ ବିଶ୍ବ ସୁପର ୧୦୦୦ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ହୋଇଛନ୍ତି। ସେମାନଙ୍କର ବିଶ୍ବ ମାନ୍ୟତା ଏବେ ୩ ରହିଛି। ପୁରୁଷ ଏକକରେ ଭାରତୀୟଙ୍କ ମଧ୍ୟରେ ସର୍ବୋଚ୍ଚ ମାନ୍ୟତା ପାଇଛନ୍ତି ଏଚ୍‌.ଏସ୍‌. ପ୍ରଣୟ। ତାଙ୍କର ବିଶ୍ବ ମାନ୍ୟତା ହେଉଛି ୮। ଲକ୍ଷ୍ୟ ସେନ୍‌ ୧୯ଶ ଓ କିଦାମ୍ବି ଶ୍ରୀକାନ୍ତ ୨୦ଶ ସ୍ଥାନରେ ରହିଛନ୍ତି। ମହିଳା ଯୁଗଳରେ ଭାରତର ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଯୋଡ଼ି ଗୋଟିଏ ସ୍ଥାନ ତଳକୁ ଖସି ୧୭ଶ ସ୍ଥାନରେ ରହିଛନ୍ତି। ପୁରୁଷ ଯୁଗଳ​‌େ​ର ଏମ୍‌.ଆର୍. ଅର୍ଜୁନ ଓ ଧ୍ରୁବ କପିଳା ୨୬ଶ ସ୍ଥାନରେ ଥିବା ବେଳେ ମିଶ୍ରିତ ଯୁଗଳରେ ରୋହଣ କପୁର ଓ ଏନ୍. ସିକ୍ସି ରେଡ୍‌ଡୀ ୩୩ତମ ସ୍ଥାନରେ ରହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories