www.samajalive.in
Wednesday, December 10, 2025
14.1 C
Bhubaneswar

ଭାରତୀୟ ମହିଳା ହକି ଦଳ ଘୋଷିତ, ଓଡ଼ିଶାରୁ ଦୀପ୍‌ ଗ୍ରେସ ଓ ଜ୍ୟୋତି

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଜର୍ମାନୀ ଓ ଚୀନ୍‌ ବିପକ୍ଷରେ ଟେଷ୍ଟ ମ୍ୟାଚ ସହ ସ୍ପେନରେ ଚତୁଃରାଷ୍ଟ୍ରୀୟ ମହିଳା ହକି ପ୍ରତିଯୋଗିତା ଚଳିତ ଜୁଲାଇରେ ଖେଳିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୨୦ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ଦଳର ଅଧିନାୟିକା ଭାବେ ଗୋଲରକ୍ଷକ ସବିତା ପୁନିଆ ଓ ଦୀପ୍‌ଗ୍ରେସ ଏକ୍କା ଉପ ଅଧିନାୟିକା ଦାୟିତ୍ବ ତୁଲାଇବେ। ଏହାଛଡ଼ା ଦଳରେ ଦ୍ବିତୀୟ ଗୋଲରକ୍ଷକ ଭାବେ ବିଚୁଦେବୀ କାରିବାମଙ୍କୁ ସ୍ଥାନ ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ରକ୍ଷଣାଭାଗରେ ଦୀପ୍‌ଗ୍ରେସ ଏକ୍କା, ନିକ୍କି ପ୍ରଧାନ, ଇସିକା ଚୌଧୁରୀ, ଉଦିତା, ସୁଶିଳା ଚାନୁ ପୋଖରବାମ ରହିଛନ୍ତି । ମଧ୍ୟଭାଗରେ ନିଶା, ମୋନିକା, ସାଲିମା ଟେଟେ,ନବନୀତ କୌର,ନେହା, ସୋନିକା, ବଲଜିତ କୌର, ବୈଷ୍ଣବୀ ବିଥାଲ ପାଖଲେ ଓ ଜ୍ୟୋତି ଛେତ୍ରୀ ସ୍ଥାନ ପାଇଛନ୍ତି। ଫରୱାର୍ଡ ବିଭାଗରେ ବନ୍ଦନା କଟାରିଆ, ଲାଲରିମସିଆମି, ସଙ୍ଗୀତା କୁମାରୀ ଓ ଦୀପିକା ସ୍ଥାନ ପାଇଛନ୍ତି।

ଦଳରେ ଓଡ଼ିଶାରୁ ଦୁଇ ଖେଳାଳି ଦୀପ୍‌ଗ୍ରେସ ଏକ୍କା ଓ ଜ୍ୟୋତି ଛେତ୍ରୀ ସ୍ଥାନ ପାଇଛନ୍ତି। ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଜାନ୍‌କେ ସ୍କୋପମ୍ୟାନ କହିଛନ୍ତି ଯେ, ଜର୍ମାନୀ ଓ ସ୍ପେନ ଗସ୍ତ ଭାରତୀୟ ମହିଳା ହକି ଦଳ ପାଇଁ ବଡ ସୁଯୋଗ। ଏସୀୟ କ୍ରୀଡ଼ା ପ୍ରସ୍ତୁତିରେ ଉକ୍ତ ଗସ୍ତ ବେଶ ସହାୟକ ହେବ। ଶିବିରରେ ଖେଳାଳିମାନଙ୍କ ଦକ୍ଷତା ବୃଦ୍ଧି ସହ ବୈଷୟିକ ତ୍ରୁଟିକୁ ସୁଧାରିବାରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ବୋଲି ସ୍କୋପମ୍ୟାନ କହିଛନ୍ତି। ଭାରତୀୟ ମହିଳା ହକି ଦଳ ପ୍ରଥମେ ଜର୍ମାନୀ ସହ ୩ ଟେଷ୍ଟ ଓ ଚୀନ୍‌ ବିପକ୍ଷରେ ଏକମାତ୍ର ଟେଷ୍ଟ ଜୁଲାଇ ୧୬ରୁ ୧୯ ପର୍ଯ୍ୟନ୍ତ ଖେଳିବ। ଏହା ପରେ ଦଳ ସ୍ପେନ ଗସ୍ତ କରିବ। ସ୍ପେନ ହକି ଫେଡେରେସନର ଶତବାର୍ଷିକୀ ଅବସରରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ଅାନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବ ।ଉକ୍ତ ପ୍ରତିଯୋଗିତା ଜୁଲାଇ ୨୫ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଭାରତ,ସ୍ପେନ,ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଦଳ ଅଂଶଗ୍ରହଣ କରିବେ।

- Advertisement -

ଭାରତୀୟ ମହିଳା ହକି ଦଳ:
ସବିତା ପୁନିଆ (ଅଧିନାୟିକା)
ବିଚୁଦେବୀ ଖାରିବାମ୍‌ (ଗୋଲରକ୍ଷକ)
ଦୀପଗ୍ରେସ ଏକ୍କା (ଉପ ଅଧିନାୟିକା)
ନିକି ପ୍ରଧାନ (ଡିଫେଣ୍ଡର)
ଇସିକା ଚୌଧୁରୀ (ଡିଫେଣ୍ଡର)
ଉଦିତା (ଡିଫେଣ୍ଡର)
ସୁଶିଳା ଦେବୀ ପୁଖୁରାମବାମ୍‌ (ଡିଫେଣ୍ଡର)
ନିଶା (ମିଡ୍‌ଫିଲଡର)
ମୋନିକା (ମିଡ୍‌ଫିଲଡର)
ସାଲିମା ଟେଟେ (ମିଡ୍‌ଫିଲଡର)
ନେହା (ମିଡ୍‌ଫିଲଡର)
ନବନୀତ କୌର (ମିଡ୍‌ଫିଲଡର)
ସୋନିକା (ମିଡ୍‌ଫିଲଡର)
ବଲଜିତ କୌର (ମିଡ୍‌ଫିଲଡର)
ବୈଷ୍ଣବି ବିଥାଲ ପାଖଲେ (ମିଡ୍‌ଫିଲଡର)
ଜ୍ୟୋତି ଛେତ୍ରୀ (ମିଡ୍‌ଫିଲଡର)
ଲାଲରେମସିଆମି (ଫରୱାର୍ଡ)
ବନ୍ଦନା କଟାରିଆ (ଫରୱାର୍ଡ)
ସଙ୍ଗୀତା କୁମାରୀ (ଫରୱାର୍ଡ)
ଦୀପିକା (ଫରୱାର୍ଡ)

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories