www.samajalive.in
Sunday, December 14, 2025
23.1 C
Bhubaneswar

ତ୍ରିରଙ୍ଗା ଧରିବେ ନୀରଜ ଚୋପ୍ରା

ନୂଆଦିଲ୍ଲୀ : ଚଳିତମାସ ୧୮ରୁ ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ୍‍ରେ ଏସୀୟ କ୍ରୀଡାର ୨୧ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଉଦ୍‍ଘାଟନୀ ଉତ୍ସବରେ ଜାଭେଲିନ ଥ୍ରୋ ସ୍ପେଶାଲିଷ୍ଟ ନୀରଜ ଚୋପ୍ରା ଭାରତର ଜାତୀୟ ପତାକା ଧରିବେ ବୋଲି ଜଣାପଡିଛି। ଶୁକ୍ରବାର ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଏ ପ୍ରସଙ୍ଗରେ ଘୋଷଣା କରିଛନ୍ତି। ଭାରତୀୟ ଦଳର ଇଣ୍ଡୋନେସିଆ ଯାତ୍ରା ପୂର୍ବରୁ ଆଇଓଏ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସୂଚନାଯୋଗ୍ୟ ଚଳିତବର୍ଷ ଏପ୍ରିଲରେ ଅଷ୍ଟ୍ରେଲିଆର ଗୋଲଡ୍‍ କୋଷ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ନୀରଜ ସ୍ୱର୍ଣ୍ଣପଦକ ଜିତିଥିଲେ। ଏହି ଇଭେଣ୍ଟର ଫାଇନାଲରେ ନୀରଜ ୮୬.୪୭ ମିଟର ଦୂରକୁ ଜାଭେଲିନ ଫୋପାଡି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ନୀରଜ ଗତ ମେ’ରେ ଦୋହାରେ ଆୟୋଜିତ ଡାଏମଣ୍ଡ ଲିଗ୍‍ ଦୌଡକୁଦ ପ୍ରତିଯୋଗିତାରେ ମଧ୍ୟ ଅନୁରୂପ କୃତିତ୍ୱ ହାସଲ କରିଥିଲେ। ୨୦ ବର୍ଷୀୟ ନୀରଜ ୨୦୧୭ରେ ଏସୀୟ ଦୌଡକୁଦ ପ୍ରତିଯୋଗିତା ଓ ୨୦୧୬ରେ ପୋଲାଣ୍ଡରେ ଆୟୋଜିତ ୨୦ ବର୍ଷରୁ କମ ଆଇଏଏଏଫ୍‍ ଦୌଡକୁଦ ପ୍ରତିଯୋଗିତାରେ ମଧ୍ୟ ସ୍ୱର୍ଣ୍ଣପଦକ ଜିତିଥିଲେ। ୨୦୧୪ ଇଞ୍ଚିଅନ ଏସୀୟ କ୍ରୀଡାର ଉଦଘାଟନୀ ଉତ୍ସବରେ ହକି ତାରକା ସର୍ଦ୍ଦାର ସିଂହ ଜାତୀୟ ପତାକା ଧରିବାର ସୌଭାଗ୍ୟଲାଭ କରିଥିଲେ। ଏହି କ୍ରୀଡାରେ ଭାରତ ୧୧ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଓ ୩୬ଟି ବ୍ରୋଞ୍ଜ ସମେତ ମୋଟ ୫୭ଟି ପଦକ ଜିତିଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories