www.samajalive.in
Sunday, December 14, 2025
23.1 C
Bhubaneswar

ନୋକିଆ-୨.୧, ନୋକିଆ-୩.୧ ଏବଂ ନୋକିଆ-୫.୧ର ୩ଜିବି ରାମ୍‍ ମଡେଲର ବଜାର ପ୍ରବେଶ

ନୂଆଦିଲ୍ଲୀ : ଏଚଏମ୍‍ଡି ଗ୍ଲୋବାଲ ତରଫରୁ ନୋକିଆ-୨.୧, ନୋକିଆ-୩.୧ ଏବଂ ନୋକିଆ-୫.୧ ୩ଜିବି ରାମ୍‍ ମଡେଲ ମୋବାଇଲ ଫୋନର ବଜାର ପ୍ରବେଶ କରାଯାଇଛି। ଏହି ତିନୋଟି ଫୋନ୍‍ ୨୦୧୮ମସିହାରେ ବଜାରକୁ ଆସିଥିବା ନୋକିଆ-୨, ନୋକିଆ-୩ ଏବଂ ନୋକିଆ-୫ର ଅପଗ୍ରେଡ୍‍ ଭରସନ୍‍। ଏହା ମଧ୍ୟରୁ ନୋକିଆ-୩ ଏବଂ ନୋକିଆ-୫ ଆଣ୍ଡ୍ରଏଡ୍‍ ୱାନ୍‍ ସହିତ ବଜାରକୁ ଆସିଛି, ସେହିଭଳି ନୋକିଆ-୨କୁ ଆଣ୍ଡ୍ରଏଡ୍‍ ଓରିୟୋ ୮.୦(ଗୋ ଏଡିସନ୍‍) ସହିତ ଲଞ୍ଚ୍‍ କରାଯାଇଛି।

ନୋକିଆ-୨.୧ରେ ଆଣ୍ଡ୍ରଏଡ୍‍ ଗୋ, ୫.୫ଇଞ୍ଚ୍‍ର ଏଚଡି ଡିସପ୍ଲେ, କ୍ୱାଲାକମ୍‍ ସ୍ନାପଡ୍ରାଗନ୍‍ ୪୨୫ ପ୍ରୋସେସର, ୧ଜିବି ରାମ୍‍, ୮ଜିବି ଷ୍ଟୋରେଜ୍‍, ୪ଜି ଏଲଟିଇ, ୱାଇ-ଫାଇ, ୩.୫ଏମ୍‍ଏଚ୍‍ର ହେଡ୍‍ଫୋନ୍‍ ଜ୍ୟାକ୍‍ ଏବଂ ୪୦୦୦ଏମ୍‍ଏଚର ବ୍ୟାଟେରୀ ରହିଛି। ଏହି ଫୋନ୍‍ରେ ୮ମେଗାପିକ୍ସେଲର ରିୟର ଏବଂ ୫ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି।

- Advertisement -

ନୋକିଆ ୩.୧ରେ ଆଣ୍ଡ୍ରଏଡ୍‍ ଓରିୟୋ ୮.୦, ୫.୨ଇଞ୍ଚ୍‍ର ଏଚଡି ଡିସପ୍ଲେ, ମିଡିୟାଟେକ୍‍ ଅକ୍ଟାକୋର ଏମ୍‍ଟି ୬୭୫୦ପ୍ରୋସେସର, ୨ଜିବି/୩ଜିବି ରାମ୍‍, ୧୬ଜିବି/୩୨ଜିବି ଷ୍ଟୋରେଜ୍‍, ୧୩ ମେଗାପିକ୍ସେଲର ରିୟର କ୍ୟାମେରା ରହିଛି। ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲ ରହିଛି। ଏଥିରେ ୨୯୯୦ଏମ୍‍ଏଚ୍‍ର ବ୍ୟାଟେରୀ ଏବଂ ୪ଜି ଏଲଟିଇ, ଓାଇ-ଫାଇ, ୩.୫ଏମ୍‍ଏଚ୍‍ ର ହେଡଫୋନ୍‍ ଜ୍ୟାକ୍‍ ଦିଆଯାଇଛି।

ନୋକିଆ ୫.୧ ରେ ଆଣ୍ଡ୍ରଏଡ୍‍ ଓରିୟୋ ୮.୦, ୫.୫ଇଞ୍ଚ୍‍ର ଏଚ୍‍ଡି ଡିସ୍‍ପ୍ଲେ, ମିଡିଆଟେକ୍‍ ଅକ୍ଟାକୋର ଏମ୍‍ଟି ୬୭୫୫ଏସ୍‍ ପ୍ରୋସେସର, ୨ଜିବି/୩ଜିବି ରାମ୍‍, ୧୬ଜିବି/୩୨ଜିବି ଷ୍ଟୋରେଜ୍‍, ୧୬ମେଗାପିକ୍ସେଲର ରିୟର କ୍ୟାମେରା, ୮ମେଗାପିକ୍ସେଲର ଆଗପଟ କ୍ୟାମେରା, ୩୦୦୦ଏମ୍‍ଏଚ୍‍ ବ୍ୟାଟେରୀ ଏବଂ ସଂଯୋଗ ପାଇଁ ୪-ଜି ଏଲଟିଇ, ୱାଇ-ଫାଇ, ୩.୫ଏମ୍‍ଏଚର ହେଡଫୋନ୍‍ ଜ୍ୟାକ୍‍ ଦିଆଯାଇଛିି।
ନୋକିଆ ୨.୧ ରମୂଲ୍ୟ ୬,୯୯୯ଟଙ୍କା। ସେହିଭଳି ନୋକିଆ ୩.୧ର ୩ଜିବି ରାମ୍‍ ମଡେଲର ମୂଲ୍ୟ ୧୧,୯୯୯ଟଙ୍କା ଏବଂ ନୋକିଆ ୫.୧ ର ୩ଜିବି ରାମ୍‍ ବଡେଲର ମୂଲ୍ୟ ୧୪,୯୯୯ଟଙ୍କା। ତିନୋଟି ଫୋନକୁ ଆପଣ ଉଭୟ ଅନଲାଇନ୍‍ ଏବଂ ଅଫଲାଇନ୍‍ ଷ୍ଟୋରରୁ କିଣିପାରିବେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories