www.samajalive.in
Monday, December 15, 2025
26.1 C
Bhubaneswar

ଡିସ୍କବ୍ରେକ୍ ସହିତ ଆସିଲା ସ୍ପ୍ଲେଣ୍ଡର, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ହିରୋ ମୋଟକର୍ପ ଦେଶର ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍ପ୍ଲେଣ୍ଡର ମୋଟରସାଇକେଲକୁ କିଛି ଅପଡେଟ୍ ସହିତ ବଜାରକୁ ନେଇଆସିଛି । କମ୍ପାନୀ ପ୍ରଥମ ଥର ଏହାକୁ ଫ୍ରଣ୍ଟ ଡିସ୍କ ବ୍ରେକ୍ ସହିତ ଅପଡେଟ୍ କରିଛି । ଏହାକୁ ସ୍ପ୍ଲେଣ୍ଡର ପ୍ଲସ୍ ଏକ୍ସଟେକ୍ ନାଁ ଦିଆଯାଇଛି । ଏହି ହାର୍ଡଓ୍ବେୟାର ଅପଡେଟ୍ ସହିତ ବାଇକର ଏକ୍ସ ଶୋରୁମ୍ ଦାମ୍ ୮୩,୪୬୧ ଟଙ୍କା ରହିଛି । ଡ୍ରମ ବ୍ରେକ୍ ମଡେଲର ଏକ୍ସ ଶୋରୁମ୍ ଦାମ୍ ୭୯,୯୧୧ ଟଙ୍କା ରହିଛି ।

ସ୍ପ୍ଲେଣ୍ଡର ପ୍ଲସ୍ ଏକ୍ସଟେକର ଡିଜାଇନରେ ଅଧିକ କିଛି ଖାସ୍ ପରିବର୍ତ୍ତନ ହୋଇନି । ଏଥିରେ କେବଳ ଡିସ୍କ ବ୍ରେକ୍ ଯୋଡାଯାଇଛି । ଅର୍ଥାତ୍ ଏଥିରେ ପୂର୍ବ ଇଞ୍ଜିନ୍, ଡିଜାଇନ୍, ମାଇଲେଜ୍ ମିଳିବ । ବାଇକରେ ଏଲଇଡି ଡିଆରଏଲ୍ ମଧ୍ୟ ଦେଇଛି କମ୍ପାନୀ । ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ଏକ୍ସଟେକରେ ୧୦୦ ସିସି ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ମିଳୁଛି । ବାଇକରେ ବ୍ଲୁଟୁଥ୍, ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କନସୋଲ୍ ଓ ୟୁଏସବି ଚାର୍ଜିଂ ସ୍ଲଟ୍ ମଧ୍ୟ ମିଳୁଛି । ବଜାରରେ ଏହାର ମୁକାବିଲା ହୋଣ୍ଡା ସାଇନ୍, ବଜାଜ ପ୍ଲାଣ୍ଟିନା, ଟିଭିଏସ୍ ରାଇଡର ଭଳି ମଡେଲ ସହ ହେବ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories