ଫ୍ଲୋରିଡା: ଚାରିଜଣ ମହାକାଶଚାରୀଙ୍କୁ ନେଇ ସ୍ପେସ୍ଏକ୍ସ ରକେଟ୍ ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ଆଇଏସଏସ୍ (ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ) ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି। ଏଲନ ମସ୍କ୍ଙ୍କ ମାଲିକାନାରେ ପରିଚାଳିତ ସ୍ପେସ୍ଏକ୍ସ ପକ୍ଷରୁ ରବିବାର ଏହି ମହାକାଶଚାରୀଙ୍କୁ ପଠାଯାଇଛି। ସେମାନେ ଆଗାମୀ ୬ ମାସ ଆଇଏସ୍ଏସ୍ରେ ଅବସ୍ଥାନ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା ଚଳାଇବେ ବୋଲି କୁହାଯାଇଛି। ମଙ୍ଗଳବାର ସକାଳେ ଏହି ମହାକାଶଯାନ ଆଇଏସଏସ୍ ସହ ସଂଯୋଗ ହେବ। ଆମେରିକା ନୌବାହିନୀର ବରିଷ୍ଠ ଟେଷ୍ଟ ପାଇଲଟ୍ ମାଥ୍ୟୁ ଡୋମିନିକ୍ ଏହି ଅଭିଯାନର ନେତୃତ୍ବ ନେଉଛନ୍ତି। ୨୦୨୦ରେ ପ୍ରତିଷ୍ଠା ହେବା ପରଠାରୁ ସ୍ପେସ୍ଏକ୍ସ ରକେଟ ଆଠଥର ମହାକାଶକୁ ଯାତ୍ରା କରିସାରିଲାଣି।
Popular Categories



