www.samajalive.in
Sunday, December 7, 2025
26.1 C
Bhubaneswar

ଥାନା ପରିସରରୁ ଆସାମୀ ଫେରାର, ୪ କର୍ମଚାରୀଙ୍କୁ ନିଲମ୍ବନ କଲେ ଏସପି

ସମ୍ପ୍ରତି ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲା ନେଇ ପରିସ୍ଥିତି ଉଷ୍ମ ଥିବାବେଳେ ଆଜି ମୋହନା ଥାନା ପରିସରରୁ ଜଣେ ଅଭିଯୁକ୍ତ ଗଞ୍ଜେଇ ମାଫିଆ ଫେରାର ହେବା ଓ ପୁଲିସ ତାର ଟେର ନ ପାଇବା ଭଳି ଘଟଣା ଘଟିଛି। କର୍ତ୍ତବ୍ୟର ଅବହେଳା ଯୋଗୁ ଗଜପତି ଏସପି ତପନ ପଟ୍ଟନାୟକ ୪ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଉଛନ୍ତି କନଷ୍ଟେବଳ ବିଶ୍ୱଜିତ୍ ସାଗର ଓ ଉମାସ୍କନ ସାଗର ଏବଂ ହୋମଗାର୍ଡ ଦୁର୍ଜୟଧାନା କର୍ଜୀ ଓ ସେଖର ପ୍ରସାଦ ନାୟକ।

ସୂଚନା ଅନୁଯାୟୀ, ଏନଡିପିଏସ୍ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସନାତନ କରାଡ ଗତ ୧୩ ତାରିଖ ସକାଳୁ ମୋହନା ଥାନାରୁ ଚମ୍ପଟ ମାରିଛି। ଆସାମୀ ଫେରାର ଘଟଣାରେ ସୁରକ୍ଷା ବ୍ୟବସ୍ଥା ଢିଲା ଓ ଦାୟିତ୍ୱହୀନତା ପାଇଁ ଦୁଇ ଜଣ କନଷ୍ଟେବଳ ସମେତ ଦୁଇ ଜଣ ହୋମଗାର୍ଡଙ୍କୁ ନିଲମ୍ବିତ କରାଯାଇଥିବା ସୁଚନା ଦେଇଛନ୍ତି ଏସପି। ଆସାମୀ ଫେରାର ଘଟଣାରେ ମୋହନା ଥାନା କେସ ନଂ ୧୨୦/୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories