ମହାରାଷ୍ଟ୍ରରେ ମେଣ୍ଟ କରିବେ ଏସପି-ବିଏସ୍ପି
ମୁମ୍ବଇ : ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜ ପାର୍ଟି (ବିଏସପି) ମହାରାଷ୍ଟ୍ରର ସମସ୍ତ ୪୮ଟି ଆସନରେ ମେଣ୍ଟ କରିବା ନେଇ ମଙ୍ଗଳବାର ଘୋଷଣା କରିଛନ୍ତି। ଏସପି ନେତା ଅବୁ ଆସିମ୍ ଆଜମି କହିଛନ୍ତି ଯେ ଏସପି-ବିଏସପି ମେଣ୍ଟ ମହାରାଷ୍ଟ୍ରର ୮୫ରୁ ୯୦ ପ୍ରତିଶତ ଅଞ୍ଚଳକୁ ପ୍ରତିନିଧିତ୍ବ କରୁଛନ୍ତି। ଏହା ରାଜ୍ୟବାସୀଙ୍କୁ ତୃତୀୟ ବିକଳ୍ପ ଯୋଗାଇ ଦେବ। ରାଜ୍ୟରେ କଂଗ୍ରେସ-ଏନସିପି ମେଣ୍ଟ ସହିତ ବିଜେପି-ଶିବସେନା ମେଣ୍ଟର ଲଢେଇ ହେଉଥିବାବେଳେ ଏସପି-ବିଏସପି ତୃତୀୟ ବିକଳ୍ପ ଯୋଗାଇ ଦେବ। ଏସପି-ବିଏସପି ମେଣ୍ଟ ବିଜେପିକୁ ୫-୭ରୁ ଅଧିକ ଆସନରେ ବିଜୟୀ ହେବାକୁ ଦେବ ନାହିଁ।