www.samajalive.in
Saturday, December 6, 2025
26.1 C
Bhubaneswar

ସୁନା କିଣିବାକୁ ସୁବର୍ଣ୍ଣସୁଯୋଗ, ସରକାର ଦେଲେ ରିହାତି

ନୂଆଦିଲ୍ଲୀ: ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଏହା ହେବ ସୁବର୍ଣ୍ଣସୁଯୋଗ । କାରଣ ଆପଣଙ୍କ ପାଇଁ ସରକାର ଗୋଲ୍ଟ ଲୋନ୍‍ ସ୍କିମ୍‍ ୨୦୦୨୧-୨୨ ଜରିଆରେ ରିହାତି ପ୍ରଦାନ କରୁଛନ୍ତି । ଏଥିପାଇଁ ଗ୍ରାମ ପିଛା ୫,୧୦୯ଟଙ୍କା ଧାର୍ଯ୍ୟ କରାଯାଇଛି । ଆପଣ ଯଦି ସୁନା କିଣିବାକୁ ଚାହୁଁଥିବେ ତେବେ ଆସନ୍ତା ସୋମବାର ଅର୍ଥାତ ଫେବ୍ରୁଆରୀ ୨୮ ତାରିଖଠାରୁ ଏଥିପାଇଁ ଆବେଦନ କରିପାରିବେ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶୁକ୍ରବାର ଦିନ କହିଛି ଯେ ଗୋଲ୍ଡ ବଣ୍ଡ ସ୍କିମ୍ ୨୦୨୧-୨୨ର ଦଶମ କିସ୍ତି ଫେବୃଆରୀ ୨୮ ରୁ ମାର୍ଚ୍ଚ ୪ ପର‌୍ୟ୍ୟନ୍ତ ଖୋଲା ରହିବ ।

ଏହାକୁ ନେଇ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ତାର ବିବୃତି ରଖିଛି । ବ୍ୟାଙ୍କ କହିଛି ସୁନା ବଣ୍ଡର ମୂଲ୍ୟ ଗ୍ରାମ ପିଛା ୫,୧୦୯ଟଙ୍କା ଧାର୍ଯ୍ୟ କରାଯାଇଛି । ଅନଲାଇନରେ ଆବେଦନ କରୁଥିବା ବ୍ୟକ୍ତି ରିହାତି ପାଇପାରିବେ । ଅନଲାଇନରେ ଆବେଦନ କରୁଥିବା ନିବେସକଙ୍କୁ ସରକାର ଗ୍ରାମ ପ୍ରତି ୫୦ଟଙ୍କା ରିହାତି ପ୍ରଦାନ କରିବେ । ସେମାନଙ୍କୁ ସୁନା ବଣ୍ଡର ମୂଲ୍ୟ ଗ୍ରାମ ପିଛା ୫,୦୫୯ ଟଙ୍କା ରହିବ ବୋଲି ଆରବିଆଇ କହିଛି।

- Advertisement -

ଜାଣି ରଖନ୍ତୁ ସୁନାର ବଣ୍ଡ କେଉଁଠାରୁ ପାଇପାରିବେ ?
ଆପଣ ସୁନାର ବଣ୍ଡ କିଣିବାକୁ ଚାହୁଁଥିଲେ । ବଣ୍ଡଗୁଡିକ ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍, ଡାକଘର ଏବଂ ସ୍ୱୀକୃତିପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ ମାଧ୍ୟମରେ କିଣିପାରିବେ । ଏହାକୁ ଭାରତ ରିଜର୍ଭ ବ୍ୟାଙ୍କ ଓ ଭାରତ ସରକାରଙ୍କ ତରଫରୁ ଏହି ବଣ୍ଡ ଜାରି କରାଯିବ । ସବୁଠାରୁ ବଡ଼ କଥା ଜାଣି ରଖନ୍ତୁ ଗ୍ରାହକ ମାନେ ୧ ଗ୍ରାମରୁ ୪ କିଲୋ ଯାଏ ସୁନା କିଣିପାରିବେ । ଏହାଠାରୁ ଅଧିକ ସୁନା କିଣିପାରିବେ ନାହିଁ । ଟ୍ରଷ୍ଟ ଏବଂ ସମାନ ୟୁନିଟ୍ ପ୍ରତ୍ୟେକ ଆର୍ଥିକ ବର୍ଷରେ ୨୦ କିଲୋଗ୍ରାମ ପାଇଁ ଆବେଦନ କରିପାରିବେ ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories