ବେଗୁନିଆ : ବାଘମାରୀ ଥାନା ସିମୋର ପଞ୍ଚାୟତ ଅନ୍ତର୍ଗତ ଗଂପୁର ଗ୍ରାମରେ ନିର୍ବାଚନ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ଜଣ ଆହତ ହୋଇଛନ୍ତି । ରାତିରେ ଉଭୟ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ମାମଲା ବାଘମାରୀ ଥାନାରେ ରୁଜୁ ହେବା ପରେ ବାଘମାରୀ ପୁଲିସ ୪ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।
ସମ୍ପୃକ୍ତ ଗ୍ରାମର ଦୁଇ ଭାଇ ରମେଶ ସେଠୀ ଏବଂ ଗଣେଶ ସେଠୀଙ୍କୁ ଗତ କାଲି ରାତି ୯ ଟା ରେ ସେହି ଗ୍ରାମର ବାପ ପୁଅ ସରୋଜ ସେଠୀ ଏବଂ ଶରତ ସେଠୀ ଏକ କାଠ ଫ।ଳିଆରେ ଆକ୍ରମଣ କରିବା ଯୋଗୁଁ ରମେଶଙ୍କର ମୁଣ୍ଡ ଫାଟିଯାଇଛି ଏବଂ ଗଣେଶଙ୍କର କାନ ମଧ୍ୟ ଛିଣ୍ଡିଯାଇଛି । ଅନ୍ୟ ପକ୍ଷରେ ଦୁଇ ଭାଇ ବାପ ପୁଅଙ୍କୁ ମଧ୍ୟ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଏମାନେ ଖୋର୍ଦ୍ଧା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିବା ପରେ ରାତିରେ ରମେଶ ସେଠୀ ଏବଂ ସରୋଜ ସେଠୀ ଦୁଇଟି ପୃଥକ ମାମଲା ରୁଜୁ କରିଛନ୍ତି । ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଙ୍କ ନିର୍ଦେଶରେ ଏସ ଆଇ ବ୍ରହ୍ମ।ନନ୍ଦ ସ୍ୱାଇଁ ଦୁଇଟି ମାମଲା ରୁଜୁ କରି ସମ୍ପୃକ୍ତ ୪ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛନ୍ତି ।