ରୁଷ-ୟୁକ୍ରେନ ଯୁଦ୍ଧ ; କିଭ୍‍ ସଡକରେ ପହଞ୍ଚିଲା ରୁଷ ସେନା

ନୂଆଦିଲ୍ଲୀ : ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିବା ସହ ଖୁବ ଶୀଘ୍ର କିଭ୍‍କୁ ଅଧିକୃତ କରିପାରେ। ଗତ ୩ ଦିନ ହେବ ରୁଷ ସେନା ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରିବା ସହ ୟୁକ୍ରେନକୁ ପଛକୁ ହଟାଇବା ପାଇଁ ବାଧ୍ୟ କରୁଛି। ଏଯାଏଁ ରାଜଧାନୀ କିଭ୍‍ ରୁଷ ସେନା ଦ୍ୱାରା ଅଧିକୃତ ହୋଇପାରି ନାହିଁ। ମାତ୍ର ପରିସ୍ଥିତିକୁ ଦେଖି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଚିନ୍ତା ବ୍ୟକ୍ତ କରି କହିଛନ୍ତି, କିଭ୍‍ ରେ ରୁଷ ସେନା ବିପଦ ଜାରି ରହିଛି। ଆଜି ରାତି ସେମାନଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ,ମାତ୍ର ଆମେ ସାମ୍ନା କରିବୁ ବୋଲି ସେ କହିଛନ୍ତି। ଜେଲେନସ୍କିଙ୍କୁ ଆମେରିକା ପକ୍ଷରୁ ୟୁକ୍ରେନ ଛାଡିବାର ପ୍ରସ୍ତାବ ମିଳିଥିଲା ବୋଲି ସୂଚନା ମିଳିଛି। ମାତ୍ର ସେ ଏଥିରେ ରାଜି ହୋଇନଥିଲେ।
ୟୁକ୍ରେନ ରାଜଧାନୀ କିଭ୍‍ ରେ ରୁଷ ସେନା ବହୁ ଭିତରକୁ ପ୍ରବେଶ କରିସାରିଛନ୍ତି। ଏହାମଧ୍ୟରେ ଏକ ରିପୋର୍ଟ ଆସିଛି, ଦୁଇ ସେନାଙ୍କ ମଧ୍ୟରେ ଯୁଦ୍ଧ କିଭ୍‍ ର ସଡକରେ ପହଞ୍ଚି ସାରିଛି। ଏହା ସହ  ୟୁକ୍ରେନ ଅଧିକାରୀ ଲୋକଙ୍କୁ ଅପିଲ୍‍ କରିଛନ୍ତି, ରାସ୍ତାକୁ ବାହାରନ୍ତୁ ନାହିଁ। ଘରେ ହିଁ ରୁହନ୍ତୁ। ନାଗରିକଙ୍କୁ ଝରକା କିମ୍ବା ବାଲକୋନିକୁ ଯିବାକୁ ମଧ୍ୟ ମନା କରିଛନ୍ତି। ଏହାଦ୍ୱାରା ସେମାନେ ଗୁଳି କିମ୍ବା ଆକ୍ରମଣର ଶିକାର ହେବାରୁ ରକ୍ଷା ପାଇବେ।

 

Comments are closed.