www.samajalive.in
Wednesday, December 10, 2025
14.1 C
Bhubaneswar

ଦକ୍ଷିଣ ଆଫ୍ରିକା ବିଶ୍ଵ ଟେଷ୍ଟ ଚମ୍ପିଆନ

ସମାଜ ଡିଜିଟାଲ ଡେସ୍କ: ବିଶ୍ଵ ଟେଷ୍ଟ ଚମ୍ପିଆନ ହୋଇଛି ଦକ୍ଷିଣ ଆଫ୍ରିକା। ବିଶ୍ଵ ଟେଷ୍ଟ ଚମ୍ପିଆନଶିପ(ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୫ ଉଇକେଟରେ ହରାଇ ଏହି ଆଇସିସି ଟ୍ରଫି ହାସଲ କରିଛି। ଦୀର୍ଘ ୨୭ ବର୍ଷ ପରେ ଦଳ ଡବ୍ଲ୍ୟୁଟିସି ଜିତି ଇତିହାସ ରଚିଛି। ଦଳର ଏହି ବିଜୟ ପଛରେ ଏଡେନ ମର୍କରମଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ସେ ୧୩୬ ରନ କରି ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ।

ଅଷ୍ଟ୍ରେଲିଆର ଲର୍ଡ୍ସ ପଡ଼ିଆରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୧୨ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୩୮ ରନ କରିଥିଲା। ୨ୟ ପାଳିରେ ଅଷ୍ଟ୍ରେଲିଆ ୨୦୭ ରନ କରିବା ସହିତ ଦକ୍ଷିଣ ଆଫ୍ରିକାକୁ ୨୮୨ ରନର ବିଜୟଲକ୍ଷ୍ୟ ଦେଇଥିଲା। ଏହି ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୫ ଉଇକେଟ ହରାଇ ସଂଗ୍ରହ କରିନେଇଥିଲା। ୧୯୯୮ରେ ଦକ୍ଷିଣ ଆଫ୍ରିକା ଶେଷ ଥର ଲାଗି ଏକମାତ୍ର ଦଳ ଭାବେ ଏହି ଟ୍ରଫି ଜିତିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories