ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଓ ଡୁମୁରିଆ ପଞ୍ଚାୟତକୁ ବିକାଶ ବାହାନ ରଥ ଯାତ୍ରା କରିଥିଲା। ଉଭୟ ପଞ୍ଚାୟତରେ ଏହି ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏରେଣ୍ଡେଇ ପଞ୍ଚାୟତରେ ସରପଞ୍ଚ ପାର୍ବତୀ ଦେହୁରୀ ଓ ଅନ୍ୟମାନେ ଏହି ରଥକୁ ସ୍ୱାଗତ କରିଥିବା ବେଳେ ଡୁମୁରିଆ ପଞ୍ଚାୟତରେ ସରପଞ୍ଚ ଗୌରହରି ନାଏକ ଓ ଅନ୍ୟମାନେ ରଥକୁ ସ୍ୱାଗତ କରିଥିଲେ।
ଉଭୟ ସ୍ଥାନରେ ଜିପିଡ଼ିଓ ରଶ୍ମିରେଖା ମହାନ୍ତି, ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ସିପ୍ରାରାଣୀ ମହାନ୍ତ, ଯୋଗାଣ ନିରୀକ୍ଷିକା ସୁନିତା ମାରାଣ୍ଡି,ବିପିସି ସୁରେନ୍ଦ୍ର ଖଣ୍ଡା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଭୟ ଚରଣ ଦେହୁରୀ, ଅତିରିକ୍ତ ତହସିଲଦାର ସରଣ କୁମାର ଜେନା, ରାଜସ୍ୱ ନିରୀକ୍ଷକ ବୁଦ୍ଧଦେବ ମହାନ୍ତ, ପିଇଓ ରିମା ନାଏକ, ପ୍ରମୁଖ ସାମିଲ ଥିବା ବେଳେ ଡୁମୁରିଆ ପଞ୍ଚାୟତର ରାଜସ୍ୱ ନିରୀକ୍ଷକ ମଳୟ ନାଏକ, ପିଇଓ ସୁଧାଂଶୁ ପାଇକରାୟ,ଏଡିଇଓ ଯଦୁମଣି ମହାନ୍ତ, କୃଷି ଅଧିଦର୍ଶକ ଅଭୟ କୁମାର ରାଉତ,ପ୍ରମୁଖ ଉପସ୍ଥିତ ଥିଲେ।ଉଭୟ ସ୍ଥାନରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ ମେଡ଼ିକାଲ ଟିମ ଉପସ୍ଥିତ ଥିବାବେଳେ ଏଠାରେ ରାଜ୍ୟ ସରକାରଙ୍କ ଏକ ବର୍ଷର ସଫଳତା ବାର୍ତ୍ତା ସମ୍ବଳିତ ପାଲା କଳାକାର ମାନଙ୍କ ଦ୍ୱାରା ପାଲା ପରିବେଷଣ ସହ ଭତ୍ତା ଓ ଅନ୍ୟାନ୍ୟ ବର୍ଗର ହିତାଧିକାରୀଙ୍କ କାର୍ଡ ବଣ୍ଟନ କରାଯାଇଥିଲା।



