ସମାଜ ଡିଜିଟାଲ ଡେସ୍କ: ଇରାନର ପାଲଟା ଜବାବରେ ଇସ୍ରାଏଲକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଠିକଣା ସମୟରେ ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥା ଆଇରନ ଡୋମ କାମ ନ ଦେବାରୁ ତେଲ ଆବିଭରେ ଥିବା ଏହାର ବଡ଼ ସାମରିକ କେନ୍ଦ୍ରରେ ଇରାନର ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଏଥିରେ ଇସ୍ରାଏଲର ବଡ଼ ଧରଣର କ୍ଷତି ହୋଇଥିବା ଜଣାପଡ଼ିଛି। ଆକ୍ରମଣ ସମୟର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।
ଶୁକ୍ରବାର ବିଳମ୍ବିତ ରାତିରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ବଡ଼ ଧରଣର ପାଲଟା ଆକ୍ରମଣ କରାଯାଇଛି। ତେଲ ଆବିଭରେ ଥିବା ଇସ୍ରାଏଲର କିରୟା କମ୍ପାଉଣ୍ଡ ଯାହା ଆମେରିକାର ପେଣ୍ଟାଗନ ସଦୃଶ, ତା’କୁ ଟାର୍ଗେଟ କରି ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହା ଇସ୍ରାଏଲର ସବୁଠୁ ବଡ଼ ସାମରିକ ଘାଟି। ଏହିଠାରୁ ଇସ୍ରାଏଲ ସେନାକୁ କମାଣ୍ଡ ଦିଆଯାଇଥାଏ। ତେଣୁ ଏହା କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଥିଲା। ଆଇରନ ଡୋମ ଡିଫେନ୍ସ ସିଷ୍ଟମ ଏହି ଘାଟିକୁ ଜଗି ରହିଥିଲା। କିନ୍ତୁ ଇରାନ ଆକ୍ରମଣକୁ ଆଇରନ ଡୋମ ଅଟକାଇ ପାରିନାହିଁ।
BREAKING:
🇮🇷🇮🇱 The moment the “Kirya,” the headquarters of the Israeli Defense Ministry, was hammered by an Iranian hypersonic missile, after evading several Israeli interceptors. pic.twitter.com/tKR5BTNkNm
— Megatron (@Megatron_ron) June 13, 2025



