www.samajalive.in
Saturday, December 13, 2025
21.1 C
Bhubaneswar

ବିଜେଡିରେ ମିଶୁଛନ୍ତି ସୌମ୍ୟ

ଭୁବନେଶ୍ୱର : ପୂର୍ବତନ ସାଂସଦ, ଆମ ଓଡ଼ିଶାର ଅଧ୍ୟକ୍ଷ ତଥା ଦୈନିକ ସମ୍ବାଦପତ୍ର ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବୁଧବାର ବିଜୁ ଜନତା ଦଳରେ ଯୋଗଦେବେ। ବିଜେଡିରେ ସୌମ୍ୟଙ୍କ ଯୋଗଦାନ ନେଇ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଥିଲା। ବୁଧବାର ପୂର୍ବାହ୍ନରେ ନବୀନ ନିବାସ ଠାରେ ଆନୁଷ୍ଠାନିକ ଭାବେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ। ସୌମ୍ୟରଞ୍ଜନ ଅଧ୍ୟକ୍ଷ ଥିବା ଆମ ଓଡ଼ିଶା କାର୍ଯ୍ୟକାରୀ କମିଟିର ଜରୁରୀ ବୈଠକ ବସି ବିଜେଡିରେ ତାଙ୍କ ଯୋଗଦାନକୁ ସମ୍ମତି ପ୍ରଦାନ କରାଯାଇଛି। ସେ ବିଜେଡିରେ ଯୋଗଦେବା ପରେ ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ତାଙ୍କ ସମର୍ଥକମାନଙ୍କର ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଆଜି ସନ୍ଧ୍ୟାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ବସିଥିଲା।

ବୈଠକ ଦୀର୍ଘ ସମୟ ଧରି ଚାଲିଥିଲା ଏବଂ ଏଥିରେ ସୌମ୍ୟଙ୍କ ଯୋଗଦାନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିବା ସୂଚନା ମିଳିଛି। ସୌମ୍ୟରଞ୍ଜନ ବିଜେଡିରୁ ରାଜ୍ୟସଭାକୁ ଯିବା ନେଇ କିଛି ଦିନ ଧରି ଆଲୋଚନା ହେଉଥିଲା। ଦଳରେ ମିଶିବା ପରେ ଏହି ଆକଳନ ସ୍ପଷ୍ଟ ହୋଇଛି। ଏ ସମ୍ପର୍କରେ ଶ୍ରୀ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରେ ବିଜେଡିରେ ତାଙ୍କର ଯୋଗଦାନ ସମ୍ପର୍କରେ ସେ ସ୍ପଷ୍ଟ କରିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories