www.samajalive.in
Sunday, December 7, 2025
23.1 C
Bhubaneswar

ସୋରରେ ପହଞ୍ଚିଲା ସିଲିଗୁଡ଼ି ମୃତଦେହ 

ସୋର: ଷ୍ଟିକର ଏପଟ ସେପଟରୁ ବଦଳିଗଲା ମୃତଦେହ। ଛକାଠିଆ ବନ୍ଧା ପରେ କଫିନ୍ ଖୋଲି ହତବାକ ହୋଇପଡ଼ିଲେ ପରିବାର ଲୋକେ। କଫିନ୍ ଭିତରେ ଥିଲା ଅନ୍ୟ କାହାର ମୃତଦେହ। ସିଲିଗୁଡ଼ି ଯିବାକୁ ଥିବା ମୃତଦେହ ବାଲେଶ୍ୱର ଜିଲା ସୋର ତଳ ମୂଳିସିଂ ଗାଁରେ ପହଞ୍ଚି ଯାଇଥିଲା।
ସୂଚନା ଅନୁସାରେ, ସୋର ମୂଳିସିଂ ଗାଁର ରାକେଶ ସ ବେଙ୍ଗାଲୁରୁରେ ଏକ ସଫ୍ଟ ୱେୟାର କମ୍ପାନୀରେ ସୁପରଭାଇଜର ଭାବେ କାମ କରୁଥିଲେ। ସେଠାରେ ସେ ଗତ ୧୦ ତାରିଖ ରାତିରେ ରହୁଥିବା ଛାତକୁ ଯାଇଥିବା ସମୟରେ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିଲେ। ରାକେଶଙ୍କୁ ବେଙ୍ଗାଲୁରୁ ଭିକଟୋରିଆଲ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅଗଷ୍ଟ ୧୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସେହି ହସ୍ପିଟାଲରେ ସିଲିଗୁଡ଼ି ଅଞ୍ଚଳର ରାଜୁ ଅଧିକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଉଭୟଙ୍କ ମୃତଦେହକୁ ଗୋଟିଏ ଆମ୍ବୁଲାନ୍ସରେ ସୋର ଓ ସିଲିଗୁଡ଼ିକୁ ପଠାଯାଇଥିଲା। ହସ୍ପିଟାଲରେ ରାଜୁ ମୃତଦେହ କଫିନରେ ରାକେଶ ଷ୍ଟିକର ଓ ରାକେଶ ମୃତଦେହ କଫିନରେ ରାଜୁ ଷ୍ଟିକର ଲଗାଯାଇ ଆମ୍ବୁଲାନ୍ସରେ ପଠା ଯାଇଥିଲା। ଆମ୍ବୁଲାନ୍ସ ସୋରରେ ରାକେଶଙ୍କ ନାମ ଲେଖାଥିବା ରାଜୁଙ୍କ କଫିନ୍ ଓହ୍ଲାଇ ସିଲିଗୁଡ଼ି ବାହାରି ଯାଇଥିଲା। ମୂଳିସିଂରେ ରାକେଶ ପରିବାର ପଡୋଶୀ ଛକାଠିଆ ବାନ୍ଧି କଫିନ୍ ଖୋଲିଲା ବେଳକୁ ସେଥିରେ ରାଜୁ ମୃତଦେହ ବାହାରିଲା। ପୋଡ଼ି ଯାଇ ରାକେଶଙ୍କ ମୃତ୍ୟୁ ହୋଇଥିବା କାରଣରୁ ପରିବାରର ସନ୍ଦେହ ହୋଇଥିଲା। ରାକେଶ ପରିବାର ସିଲିଗୁଡ଼ି ଯାଉଥିବା ଆମ୍ବୁଲାନ୍ସ ଓ ରାକେଶ କାର୍ଯ୍ୟ କରୁଥିବା କମ୍ପାନୀକୁ ମୃତଦେହ ବଦଳିଥିବା ସଂପର୍କରେ ଖବର ଦେଇଥିଲେ। ଫଳରେ କମ୍ପାନୀ ପକ୍ଷରୁ ସିଲିଗୁଡ଼ି ଯାଉଥିବା ଆମ୍ବୁଲାନ୍ସକୁ ତୁରନ୍ତ ଫୋନ କରି ଫେରିବାକୁ ନିର୍ଦେଶ ଦିଆଯାଇଥିଲା। ସୋରରୁ ରାଜୁଙ୍କ ମୃତଦେହ ନେଇ ସିଲିଗୁଡ଼ି ଅଭିମୁଖେ ଅନ୍ୟ ଏକ ଆମ୍ବୁଲାନ୍ସ ବାହାରିଥିଲା। ରାସ୍ତାରେ ରାଜୁ ଓ ରାକେଶଙ୍କ ମୃତଦେହ ବଦଳ କରାଯାଇ ଉଭୟଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

ପ୍ରବଳ ବର୍ଷାରେ ବୁଡିଲା ମାଲକାନଗିରି

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories