ସୋର: ବାଲେଶ୍ୱର ଜିଲା ୧୬ନଂ ଜାତୀୟ ରାଜପଥ ଚଡକମରା ଠାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ସିମୁଳିଆ ଥାନା ବରି ଅଞ୍ଚଳର ଅମୂଲ୍ୟ ଶିଅଳ।ଏହାସହ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି। ମାତ୍ର ତାଙ୍କର ପରିଚୟ ମିଳିପାରି ନାହିଁ। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



