www.samajalive.in
Friday, December 5, 2025
27.1 C
Bhubaneswar

ସୁପ୍ରିମକୋର୍ଟ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ, ୨୦ରେ ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କୁ ଅବମାନନା କରିବା ମାମଲାରେ ଦେଶର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶୁକ୍ରବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ଆସନ୍ତା ୨୦ ତାରିଖରେ ସୁପ୍ରିମକୋର୍ଟ ପ୍ରଶାନ୍ତଙ୍କ ବିରୋଧରେ ଦଣ୍ଡ ବିଧାନ ନେଇ ଶୁଣାଣି କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ପ୍ରଧାନ ବିଚାରପତି ଏସ. ଏ. ବୋବଡେଙ୍କ ବିରୋଧରେ ଗତ ଜୁନ ୨୭ରେ ଏକ ଟ୍ବିଟ୍‌ କରିଥିଲେ। ସୁପ୍ରିମକୋର୍ଟ ଏ ସମ୍ପର୍କରେ ଅବଗତ ହେବା ପରେ ନିଜ ଆଡୁ ପ୍ରଶାନ୍ତଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ସହିତ ଜୁଲାଇ ୨୨ରେ ତାଙ୍କୁ ନୋଟିସ ଜାରି କରିଥିଲେ। ବିଚାରପତି ଅରୁଣ ମିଶ୍ରାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି। ପ୍ରଶାନ୍ତ ଭୂଷଣ, ତାଙ୍କ ପ୍ରଥମ ଟ୍ୱିଟରେ ଲେଖିଥିଲେ ଯେ, ଯେତେବେଳେ ଐତିହାସିକମାନେ ଦେଖିବେ ଯେ ଗତ ୬ ବର୍ଷ ମଧ୍ୟରେ ଭାରତରେ ଗଣତନ୍ତ୍ର କିପରି ବିଲୋପ ହୋଇଯାଇଛି, ସେତେବେଳେ ସେମାନେ ଏହି ବିନାଶରେ ସୁପ୍ରିମକୋର୍ଟଙ୍କ ସମ୍ପୃକ୍ତି ଏବଂ ପ୍ରଧାନ ବିଚାରପତିଙ୍କ ଭୂମିକା ବିଷୟରେ ପ୍ରଶ୍ନ କରିବେ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories