www.samajalive.in
Sunday, December 14, 2025
26.1 C
Bhubaneswar

ମାଆଙ୍କ ସ୍ମୃତିରେ ବିଗ୍ ବି ପୁଣି ଲଗାଇଲେ କୃଷ୍ଣଚୂଡ଼ା ବୃକ୍ଷ

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡ଼ିଆ ସହ ସର୍ବଦା ଜଡ଼ିତ ଏହା ସଭିଏଁ ଜାଣନ୍ତି। ବିଭିନ୍ନ ପ୍ରକାର ପୋଷ୍ଟ କରି ନିଜ ପ୍ରଂଶସକଙ୍କୁ ପ୍ରେରଣା ମଧ୍ୟ ଦେଇଥାଆନ୍ତି। ବର୍ତମାନ ଏଭଳି ହିଁ ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ସେ ସେୟାର କରିଛନ୍ତି। ପୋଷ୍ଟ ଦ୍ୱାରା ଅମିତାଭ ଜଣାଇଛନ୍ତି , ସେ ନିଜ ମାଆଙ୍କ ସ୍ମୃତିରେ ତାଙ୍କ ବଙ୍ଗଳାରେ ପୁଣି ଏକ କୃଷ୍ଣଚୂଡ଼ା ବୃକ୍ଷ ଲଗାଇଛନ୍ତି।
ଅମିତାଭ ନିଜ ପିତା ହରିବଂଶ ରାୟ ବଚ୍ଚନଙ୍କର କବିତାର କିଛି ଅଂଶ ମଧ୍ୟ ଲେଖିଛନ୍ତି।
ସେ ଆହୁରି ମଧ୍ୟ ଲେଖିଛନ୍ତି , କିଛି ଦିନ ପୂର୍ବରୁ ହୋଇଥିବା ଝଡ଼ତୋଫାନରେ ଭାଙ୍ଗିପଡ଼ିଥିବା ବୃହତ କୃଷ୍ଣଚୂଡ଼ା ଗଛକୁ ମୁଁ ସେ ସମୟରେ ଲଗାଇଥିଲି ଯେତେବେଳେ ଆମକୁ ନିଜ ପ୍ରଥମ ଘର ପ୍ରତିକ୍ଷା (୧୯୭୬)ରେ ମିଳିଥିଲା। ମାତ୍ର ମୋ ମାଆଙ୍କ ଜନ୍ମଦିନରେ ୧୨ ଅଗଷ୍ଟରେ ମୁଁ ପୁଣି ଏକ ନୂଆ କୃଷ୍ଣଚୂଡ଼ା ଗଛ ସେହି ପୂର୍ବ କୃଷ୍ଣଚୂଡ଼ା ଗଛ ସ୍ଥାନରେ ଲଗାଇଛି।
କିଛି ଦିନ ପୂର୍ବରୁ ହିଁ ବିଗ୍ ବି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ ତାଙ୍କ ପୁଅ ଅଭିଷେକ ବଚ୍ଚନ ଓ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟ୍ୟା ବଚ୍ଚନ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅମିତାଭ ସର୍ବଦା ପ୍ରଂଶସକଙ୍କ ସହ ନିଜ ସୁନେଲି ସ୍ମୃତି ସେୟାର କରିଥାଆନ୍ତି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories