www.samajalive.in
Saturday, December 6, 2025
17.1 C
Bhubaneswar

ସିମ୍‍ କାର୍ଡ଼ରେ ସୋନୁ ସୁଦ୍‍; ମଜାଳିଆ ପ୍ରତିକ୍ରିୟା ଦେଲେ ଅଭିନେତା

ମୁମ୍ବଇ: ବର୍ତ୍ତମାନ ସମୟରେ ଅଭିନେତା ସୋନୁ ସୁଦ୍‍ ଦେଶବାସୀଙ୍କ ପାଇଁ ବାସ୍ତବ ଜୀବର ହିରୋ ପାଲଟି ଯାଇଛନ୍ତି। କରୋନା ସମୟରେ ଅନେକ ଅସହାୟ ଲୋକଙ୍କୁ ସାହାଯ୍ୟ କରି ସେ ଜନ ସାଧାରଣଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି। ସୋନୁଙ୍କ ଏହି ସବୁ ମହାନ କାର୍ଯ୍ୟ ପାଇଁ ଦେଶବିଦେଶରେ ତାଙ୍କର ଭୁରି ଭୁରି ପ୍ରଶଂସା କରାଯାଉଛି। ଇତି ମଧ୍ୟରେ ସୋନୁଙ୍କ ପ୍ରତି ଜଣେ ବ୍ୟକ୍ତିଙ୍କ ଅଦ୍ଭୁତ ଭଲପାଇବା ଦେଖିବାକୁ ମିଳିଛି।

- Advertisement -

ସୋମିନ୍ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏକ ସିମ୍ କାର୍ଡରେ ସୋନୁ ସୁଦଙ୍କ ଛବି ତିଆରି କରିଛନ୍ତି। ଏହି ସିମ୍‍ କାର୍ଡ଼ର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‍ ହୋଇଛି। ଏହି ଛବିକୁ ଦେଖିବା ପରେ ଅଭିନେତା ସୋନୁ ସୁଦ ଏକ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କର ପ୍ରତିକ୍ରିୟାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି।

ସୋନୁ ସୁଦଙ୍କୁ ଟ୍ୟାଗ୍ କରି ଟ୍ୱିଟରରେ ସୋମିନ୍ ଫଟୋ ପୋଷ୍ଟ କରି କ୍ୟାପ୍ସନରେ ଲେଖିଛନ୍ତି, “ସୋନୁ ସୁଦ ସାର୍, ଆପଣଙ୍କ ଫଟୋକୁ ମୁଁ ସିମ୍ କାର୍ଡରେ ଆଙ୍କିଛି। ଆପଣଙ୍କୁ ଏହା କିପରି ଲାଗିଲା ? ଆପଣଙ୍କ ପାଇଁ ଆମେ ସମସ୍ତେ ଗର୍ବିତ।”

ଏହାର ପ୍ରତିକ୍ରିୟାରେ ସୋନୁ ଜିଭ ଥିବା ଏକ ଇମୋଜି ସହିତ ଥଟ୍ଟା କରି ପ୍ରତିକ୍ରିୟା ଦେଇ ଲେଖିଛନ୍ତି, “୧୦ଜି ନେଟୱର୍କ”। ଏହି ପୋଷ୍ଟ ଶେୟାର କରିବା ପରେ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୨୧ ହଜାରରୁ ଅଧିକ ଲାଇକ୍ ମିଳିଥିଲା। ଏଥିସହିତ ହଜାରରୁ ଅଧିକ ଥର ରି-ଟ୍ୱିଟ୍ ଏବଂ ୪୦୦ ରୁ ଅଧିକ ପ୍ରତିକ୍ରିୟା ମିଳିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories