www.samajalive.in
Saturday, December 6, 2025
15.1 C
Bhubaneswar

ଯୁବକଙ୍କୁ ନୂଆ ଜୀବନ ଦେଲେ ସୋନୁ ସୁଦ୍‍, ୧୨ ବର୍ଷ ପରେ ନିଜ ଗୋଡ଼ରେ ଠିଆ ହେବେ

ନୂଆଦିଲ୍ଲୀ: ନିଜର ମହାନତା ପାଇଁ ଲଗାତାର ଭାବେ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ସୋନୁ ସୁଦ୍‍। ପୁଣିଥରେ ତାଙ୍କ ମହାନପଣିଆ ପାଇଁ ଦୀର୍ଘ ୧୨ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ସହ ସଂଗ୍ରାମ କରୁଥିବା ଜଣେ ଯୁବକଙ୍କ ମୁହଁରେ ହସ ଫୁଟିଛି। ଯୁବକଜଣକ ହେଉଛନ୍ତି ଛତିଶଗଡ଼ର ଅମନ। ସୋନୁଙ୍କ ସହାୟତା ପାଇଁ ଦୀର୍ଘ ୧୨ ବର୍ଷ ଧରି ଶଯ୍ୟାଶାୟୀ ଥିବା ଅମନ ଖୁବଶୀଘ୍ର ନିଜ ଗୋଡ଼ରେ ଠିଆ ହେବାକୁ ସମର୍ଥ ହେବେ।

ସୂଚନା ଅନୁସାରେ, ଗୁରୁତର ମେରୁଦଣ୍ଡଜନିତ ରୋଗ କାରଣରୁ ଅମନ ଗତ ୧୨ ବର୍ଷ ଧରି ଶଯ୍ୟାଶାୟୀ ଥିଲେ। ଅମନଙ୍କ ବାପା ଏକ ଭଡା ଘରେ ରୁହନ୍ତି ଏବଂ ଏକ ଭଡା ଅଟୋ ଚଲାନ୍ତି। ଅର୍ଥାଭାବ ଏବଂ ମହଙ୍ଗା ଚିକିତ୍ସା ଯୋଗୁ ଅମନଙ୍କ ଚିକିତ୍ସା ହୋଇପାରୁ ନ ଥିଲା। କିନ୍ତୁ ଅମନ ଶଯ୍ୟାଶାୟୀ ଥାଇ ମଧ୍ୟ ଏକ ଉଦ୍ୟମ କରିଥିଲେ, ଯେଉଁ କାରଣରୁ ବର୍ତ୍ତମାନ ଅମନ ଖୁବ୍ ଶୀଘ୍ର ତାଙ୍କ ପାଦରେ ଠିଆ ହୋଇପାରିବେ। ଅମନ ସୋନୁଙ୍କ ସାହାଯ୍ୟ ଲୋଡିଥିଲେ ଏବଂ ସୋନୁ ମଧ୍ୟ ବେଶ୍ ଉଦାରତାର ସହ ସାହାଯ୍ୟର ହାତ ବଢାଇଥିଲେ।

- Advertisement -

ସୋନୁ ସୁଦଙ୍କ ସହାୟତାରେ ନ୍ୟୁରୋ ସର୍ଜନ ଡକ୍ଟର ଅଶ୍ୱନୀଙ୍କ ତତ୍ବାବଧାନରେ କରନାଲ ସ୍ଥିିତ ଭିର୍କ ହସ୍ପିଟାଲରେ ଅମନ ଚିକିତ୍ସିତ ହୋଇଥିଲେ। ଅମନଙ୍କର ମେରୁଦଣ୍ଡ ଅସ୍ତ୍ରୋପଚାର କରାଯାଇଛି ଏବଂ ସେ ସୁସ୍ଥ ଥିବା ମଧ୍ୟ ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି। ସୋନୁଙ୍କ କହିବାନୁଯାୟୀ, ସେ ନିଜକୁ ଭାଗ୍ୟବାନ ମନେ କରନ୍ତି ଯେ ସେ ଏପରି ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ପାଇଲେ, ଯେଉଁମାନଙ୍କୁ ପ୍ରକୃତରେ ସାହାଯ୍ୟର ଆବଶ୍ୟକତା ରହିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories