www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରଶଂସକଙ୍କୁ ମଇଁଷି କିଣିଦେଲେ ସୋନୁ ସୁଦ୍‍, କହିଲେ- କାର୍‍ କିଣିବାଠାରୁ ବି ଅଧିକ ଖୁସି ମିଳିଲା

ମୁମ୍ବଇ: ଚଳିତ ଦିନରେ ଦେଶର ଅସହାୟ ଲୋକମାନଙ୍କ ପାଇଁ ଭଗବାନ ପାଲଟିଯାଇଛନ୍ତି ବଲିଉଡ଼ ଅଭିନେତା ସୋନୁ ସୁଦ୍‍। କରୋନା ଲକଡାଉନ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରି ଖୁବ୍‍ ପ୍ରଶଂସା ସାଉଁଟିଥିବା ସୋନୁ ପୁଣି ଥରେ ଜଣେ ଅସହାୟ ପ୍ରଶଂସକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ନିକଟରେ ସେ ବିହାରର ଜଣେ ବ୍ୟକ୍ତିଙ୍କ ପାଇଁ ମଇଁଷି କିଣି ଦେଇଛନ୍ତି ଓ ଟ୍ୱିଟ୍‍ କରି ସେ ନିଜେ ଏହି ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଟ୍ୱିଟରରେ ଜଣେ ବ୍ୟକ୍ତି ଲେଖିଥଲେ ଯେ, ବିହାର ସ୍ଥିତ ଚମ୍ପାରଣର ଭୋଳା ବନ୍ୟାରେ ନିଜ ପୁଅ ଓ ମଇଁଷିକୁ ହରାଇ ଦେଇଛନ୍ତି। ମଇଁଷିଟି ତାଙ୍କ ରୋଜଗାରର ଏକମାତ୍ର ମାଧ୍ୟମ ଥିଲା। ତାଙ୍କ ପୁଅକୁ ହରାଇବାର କ୍ଷତି ତ କେହି ପୂରଣ କରିପାରିବେ ନାହିଁ କିନ୍ତୁ ସୋନୁ ସୁଦ୍‍ ଓ ନୀତି ଗୋୟଲ ଚାହିଁଲେ ତାଙ୍କୁ ରୋଜଗାରର ମାଧ୍ୟମଟିଏ ଯୋଗାଇ ପାରିବେ। ତାଙ୍କୁ ଏକ ମଇଁଷି କିଣିଦିଅନ୍ତୁ, ଯଦ୍ୱାରା ସେ ନିଜ ଜୀବନ ଯାପନ ପାଇଁ କିଛି ଆୟ କରିପାରିବ ଓ ନିଜ ପରିବାର ପ୍ରତିପୋଷଣ କରିପାରିବ।

- Advertisement -

ଏହି ଟ୍ୱିଟ୍‍ର ଜବାବରେ ସୋନୁ ଲେଖିଥିଲେ, “ମୁଁ ମୋ ପ୍ରଥମ କାର୍‍ କିଣିବା ସମୟରେ ଯେତିକି ଉତ୍ସାହିତ ନ ଥିଲି, ତାଠାରୁ ଅଧିକ ଉତ୍ସାହିତ ହୋଇଥିଲି ତୁମ ପାଇଁ ଏକ ନୂଆ ମଇଁଷି କିଣିବା ସମୟରେ। ବିହାର ଗଲେ ତୁମଠାରୁ ଗୋଟିଏ ଗ୍ଲାସ୍‍ ତାଜା ମଇଁଁଷି କ୍ଷୀର ପିଇବି”। ସୋନୁଙ୍କ ଏହି ଟ୍ୱିଟ୍‍କୁ ନେଇ ସାମାଜିକ ଗଣମାଧ୍ୟମରେ ଫ୍ୟାନ୍‍ମାନେ ତାଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories