www.samajalive.in
Saturday, December 6, 2025
14.1 C
Bhubaneswar

ସିଡବ୍ଲ୍ୟୁସି ବୈଠକରେ ବିଜେପିକୁ ସୋନିଆଙ୍କ ଟାର୍ଗେଟ: କହିଲେ କରୋନା ସମୟରେ ଘୃଣାର ଭୂତାଣୁ ବାଣ୍ଟୁଛି ଶାସକ ଦଳ

ନୂଆଦିଲ୍ଲୀ: କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଂଶିକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଗୁରୁବାର କଂଗ୍ରେସ କାର୍ଯ୍ୟକାରିଣୀ(ସିଡବ୍ଲ୍ୟୁସି) ବୈଠକରେ ସୋନିଆ ବିଜେପିକୁ ଟାର୍ଗେଟ କରି କହିଥିଲେ, ବିଜେପି କରୋନା ସମୟରେ ଘୃଣାର ଭୂତାଣୁ ବାଣ୍ଟୁଛି।

ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ସୋନିଆ କହିଥିଲେ, ଏବେ କରୋନା ଭୂତାଣୁର ପରୀକ୍ଷା ବହୁତ କମ୍‌ ହେଉଛି। ଲକଡାଉନର ପ୍ରଥମ ପର୍ଯ୍ୟାୟରେ ୧୨ କୋଟି ଲୋକ ବେରୋଜଗାର ହୋଇଗଲେ। ଏମଏସଏମଇ ଏବଂ କୃଷକଙ୍କୁ ପ୍ରୋତ୍ସାହନ ପାଇଁ ତତ୍କାଳ ସହାୟତା ରାଶି ଘୋଷଣା କରାଯାଉଛି। ୩ ସପ୍ତାହ ପୂର୍ବେ ହୋଇଥିବା ସିଡବ୍ଲ୍ୟୁସି ବୈଠକ ପରଠାରୁ ବର୍ତ୍ତମାନ ସମୟ ମଧ୍ୟରେ କରୋନା ମହାମାରୀ ଅଧିକ ମାତ୍ରାରେ ବ୍ୟାପିଛି। ଏହା ଅତ୍ୟନ୍ତ ଚିନ୍ତାଜନକ ବିର୍ଷ। ସମାଜର କିଛି ବର୍ଗର ଲୋକ, ବିଶେଷକରି କୃଷକ, ଶ୍ରମିକ, ପ୍ରବାସୀ ଶ୍ରମିକ, ନିର୍ମାଣ କ୍ଷେତ୍ରର ଶ୍ରମିକ ଏବଂ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାଣିଜ୍ୟ ଏବଂ ଉଦ୍ୟୋଗ କାରବାର ସମ୍ପୂର୍ଣ୍ଣ ରୂପେ ଅଟକି ଯାଇଛି। କୋଟି କୋଟି ଲୋକ ଜୀବିକା ହରାଇଛନ୍ତି। ଏଭଳି ସମୟରେ ପ୍ରତି ପରିବାରକୁ ୭୫୦୦ ଟଙ୍କାର ସହାୟତା ଦେବା ଆବଶ୍ୟକ। ଦୁର୍ଭାଗ୍ୟର ବିଷୟ ହେଉଛି ଯେ, କେନ୍ଦ୍ର ପକ୍ଷରୁ ଏବେ ଆଶିଂକ ପଦକ୍ଷେପ ନିଆଯାଇଛି। ଯେତେବେଳେ ସମସ୍ତଙ୍କୁ ଏକାସାଥୀରେ ମିଳିମିଶି କାମ କରିବା ଦରକାର ସେତେବେଳେ ବିଜେପି ଘୃଣା ଏବଂ ସାମ୍ପ୍ରଦାୟିକର ଭୂତାଣୁ ବାଣ୍ଟୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories