www.samajalive.in
Saturday, December 6, 2025
23.1 C
Bhubaneswar

ଅଧ୍ୟକ୍ଷ ପଦ ଛାଡ଼ିବାକୁ ସୋନିଆ ପ୍ରସ୍ତୁତ, ସୋମବାର ହେବ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ: ପରିବର୍ତିତ ଘଟଣାକ୍ରମରେ କଂଗ୍ରେସର ଆନ୍ତରୀଣଅଧ୍ୟକ୍ଷ ସୋନିଆ ଗାନ୍ଧୀ ପଦ ଛାଡ଼ିବାକୁ ନିଜର ଆଗ୍ରହବ୍ୟକ୍ତ କରିଛନ୍ତି । ଦଳର କିଛି ନେତା ତାଙ୍କୁ ପଦ ଛାଡ଼ିବା ଓ ନୂଆ ଅଧ୍ୟକ୍ଷ ନିର୍ବାଚନ ନେଇ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ସେ ସମ୍ମାନ ଦେଉଛନ୍ତି ଏବଂ ଆସନ୍ତାକାଲି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି ।

କଂଗ୍ରେସର ଉଚ୍ଚତମ ସୂତ୍ରରୁ ‘ସମାଜ’କୁ ମିଳିଥିବା ସୂଚନା ଅନୁସାରେ ସୋନିଆ ନିଜ ପକ୍ଷରୁ ଦଳର କିଛି ନେତାଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି । ସେ ଆଉ ଆନ୍ତରୀଣ ଅଧ୍ୟକ୍ଷ ରହିବାକୁ ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଆସନ୍ତାକାଲି କାର୍ଯ୍ୟକାରୀ କମିଟି ବୈଠକରେ ସେ ଏହି ପ୍ରସଙ୍ଗ ଦୋହରାଇ ପାରନ୍ତି ବୋଲି ମଧ୍ୟ କୁହାଯାଉଛି । ତେବେ ଅନ୍ୟପକ୍ଷରେ ଆଉଏକ ଘଟଣାକ୍ରମରେ ଯେଉଁ ୨୩ ଜଣ ଶୀର୍ଷ ନେତା କଂଗ୍ରେସର କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ପଦ ଉଚ୍ଛେଦ କରାଯାଇ ‘ପୂର୍ଣ୍ଣକାଳୀନ ଓ ପ୍ରଭାବଶାଳୀ’ ଅଧ୍ୟକ୍ଷ ନିମନ୍ତେ ସୋନିଆଙ୍କୁ ଚିଠି ଲେଖିଥିଲେ ସେମାନଙ୍କ ମଧ୍ୟରୁ କିଛି ଯେ ପର୍ଯ୍ୟନ୍ତ ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ସୋନିଆ ଆନ୍ତରୀଣ ଅଧ୍ୟକ୍ଷ ପଦରେ ରହିବାକୁ ପାଲଟା ପ୍ରସ୍ତାବ ଦେଇଥିବା ମଧ୍ୟ ସୂଚନା ମିଳିଛି ।

- Advertisement -

ଏହିସ୍ଥିତିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାହୁଳଙ୍କୁ ଏକ ଚିଠି ଲେଖିଛନ୍ତି । ରାହୁଳଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭୂପେଶ ଏଥିରେ ରାହୁଳଙ୍କୁ ଦଳର ଦାୟିତ୍ବ ନେବାକୁ ଅନୁରୋଧ କରିଛନ୍ତି । ବଘେଲ ଏଥିରେ ରାହୁଳ ଦଳର ସର୍ବସମ୍ମତ ନେତା, ଏଥିରେ କାହାରି ଦ୍ବିରୁକ୍ତି ନାହିଁ ବୋଲି ଉଲ୍ଲେଖ କରିଥିବା ଜଣାପଡ଼ିଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories