www.samajalive.in
Saturday, December 6, 2025
23.1 C
Bhubaneswar

ରେକର୍ଡ଼ ସୃଷ୍ଟି କଲା ଇମରାନ୍‍ ହାଶମୀଙ୍କ ଗୀତ ‘ଲୁଟ୍‍ ଗୟେ’

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ଇମରାନ ହାଶମୀ ଅଭିନୀତ ଗୀତ ‘ଲୁଟ୍‍ ଗୟେ’ ରେକର୍ଡ଼ ସୃଷ୍ଟି କରିଛି। ରିଲିଜ୍‍ ହେବାର ପ୍ରାୟ ୬୦ ଦିନ ମଧ୍ୟରେ ଏହି ଗୀତକୁ ୫୦୦ ମିଲିୟନ ଲୋକ ଦେଖି ସାରିଲେଣି। ଗୀତକୁ କଣ୍ଠଶିଳ୍ପୀ ଜୁବିନ୍‍ ନୌଟିୟାଲ ଗାଇଛନ୍ତି। ଉଭୟ ଜୁବିନ ଓ ଇମରାନ୍‍ ଗୀତର ଅଦମ୍ୟ ସଫଳତା ନେଇ ଖୁବ୍‍ ଖୁସି ଏବଂ ଉତ୍ସାହିତ ଅଛନ୍ତି। ଦୁହେଁ ସାମାଜିକ ଗଣମାଧ୍ୟମରେ ନିଜ ଖୁସି ବ୍ୟକ୍ତ କରିଛନ୍ତି।

ଜୁବିନ୍‍ ନୌଟିୟାଲ ଲେଖିଛନ୍ତି, “ଏହା ମୋ କ୍ୟାରିୟରର ସବୁଠାରୁ ଖାସ୍‍ ଗୀତ ମଧ୍ୟରୁ ଗୋଟିଏ। ‘ଲୁଟ୍‍ ଗୟେ’ ଏବେ ଆଉ ଏକ ରେକର୍ଡ଼ ସୃଷ୍ଟି କରିଛି। ଏହା ହେଉଛି ପ୍ରଥମ ହିନ୍ଦୀ ଗୀତ, ଯାହା ୟୁଟ୍ୟୁବରେ ୬୦ ଦିନରେ ୫୦୦ ମିଲିୟନ ଭ୍ୟୁଜ୍‍ ସଂଗ୍ରହ କରିଛି”।

- Advertisement -

ସେହିପରି ଇମରାନ୍‍ ହାଶମୀ ଲେଖିଛନ୍ତି, “ବାସ୍ତବରେ ଏହା ଗୌରବ ଓ ସମ୍ମାନର ସମୟ। ପ୍ରସିଦ୍ଧ ଗୀତର ଏକ ଅଂଶ ହୋଇଥିବାରୁ ମୁଁ କୃତଜ୍ଞ”।

ସୂଚନାଯୋଗ୍ୟ, ଏହି ଗୀତକୁ ଟି-ସିରିଜ୍‍ର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍‍ କରାଯାଇଛି। ଦର୍ଶକ ଏହାକୁ ଖୁବ୍‍ ପସନ୍ଦ କରୁଛନ୍ତି। ଏହାର କାହାଣୀକୁ ମଧ୍ୟ ଲୋକଙ୍କ ମନକୁ ଛୁଇଁଛି। ଗୀତରେ ଇମରାନ୍‍ ଜଣେ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ୟୁକ୍ତି ଥରେଜା। ତନିଷ୍କ ବାଗ୍‍ଚୀ ଏଥିରେ ସଙ୍ଗୀତ ଦେଇଛନ୍ତି। ମୁନୋଜ ମୁନ୍ତଶିର ଏହି ଗୀତ ଲେଖିଥିବା ବେଳେ ରାଧିକା ରାଓ ଓ ବିନୟ ସପ୍ରୁ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଗୀତ ଉସ୍ତାଦ୍‍ ନୁସରତ ଫତେହ ଅଲୀ ଖାନଙ୍କ ଗୀତ ‘ଆଙ୍ଖ୍‍ ଉଠି ମୋହବତ୍‍ ନେ’ର ରିମେକ୍‍ ଭର୍ସନ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories