www.samajalive.in
Saturday, December 6, 2025
26.1 C
Bhubaneswar

ମୁକ୍ତିଲାଭ କଲା ‘ସୋନଚିଡ଼ିଆ’ ର ଟ୍ରେଲର

ମୁମ୍ବଇ : ଚମ୍ବଲ ଡାକୁଙ୍କ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର ‘ସୋନଚିଡ଼ିଆ’ ର ଟ୍ରେଲର ସୋମବାର ମୁକ୍ତିଲାଭ ହୋଇଛି। ଏଥିରେ ସୁଶାନ୍ତ ସିଂହ ରାଜପୁତ୍‍ ଓ ମନୋଜ ବାଜପେୟୀଙ୍କୁ ଚମ୍ବଲ ଡ଼ାକୁଙ୍କ ଭୂମିକାରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ଭୂମି ପେଡନେକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ୨ମିନିଟ୍‍ ୪୩ସେକେଣ୍ଡର ଏହି ଟ୍ରେଲରରେ ଚମ୍ବଲର କାହାଣୀକୁ ଦର୍ଶାଯାଇଛି। ଚଳଚ୍ଚିତ୍ରର ସଂଳାପ ଖୁବ୍‍ ଆକର୍ଷଣୀୟ ହୋଇଥିବା ଜଣାପଡ଼ିଛି। ଆରଏସଭିପି ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଅଭିଷେକ ଚୌବେ କପୁର। ପୂର୍ବରୁ ‘ସୋନଚିଡ଼ିଆ’ର ଟିଜର ୬ଡିସେମ୍ବର ୨୦୧୮ରେ ମୁକ୍ତିଲାଭ ହୋଇଥିଲା। ଆସନ୍ତା ଫେବୃଆରୀ ୮ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories