www.samajalive.in
Monday, December 8, 2025
13.1 C
Bhubaneswar

ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୨୦ ହଜାର କାଉଡିଆ

ଆରଡି : ପବିତ୍ର ଶ୍ରାବଣମାସର ପହିଲି ସୋମବାରରେ ରାଜ୍ୟ ଓ ରାଜ୍ୟ ବାହାରୁ ୨୦ହଜାର କାଉଡିଆ ଭକ୍ତ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିଛନ୍ତି। ଏହି ଉପଲକ୍ଷେ ବୋଲବମ୍‍ ହରହର ବୋମ୍‍ ଧ୍ୱନିରେ ଆରଡ଼ି ପୀଠ ପ୍ରକମ୍ପିତ ହୋଇଥିଲା।

ହଜାର-ହଜାର କାଉଡିଆଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ପୀଠରେ। ଦୈନଦିନ ନୀତିକାନ୍ତିର ସାମନ୍ୟ ପରିବର୍ତ୍ତନ କରାଯାଇ ଭୋର ୪ଟାରେ ପହୁଡ ଫିଟିବା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି, ବାଲ୍ୟଭୋଗ ଆଦି ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ଆଗନ୍ତୁକ କାଉଡିଆଙ୍କ ଜଳଲାଗି ନିମନ୍ତେ ସାହଣମେଲା କରାଯାଇଥିଲା। ପୁଲିସ ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ କାଉଡିଆ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତବର୍ଷ ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଧାମନଗର ଏସଡିପିଓ ମନୋରଞ୍ଚନ ସାମଲ ପ୍ରକାଶ କରିଛନ୍ତି। କାଉଡିଆମାନେ ସ୍ୱତନ୍ତ୍ର ବ୍ୟାରିକେଡ ଦ୍ୱାରା ମନ୍ଦିର ମଧ୍ୟକୁ ଯାଇ ମହାଦେବଙ୍କ ମସ୍ତକରେ ଜଳଲାଗି କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ଚାନ୍ଦବାଲି ତହସିଲିଦାର ସତ୍ୟଜିତ ରାଉତ ରବିବାର ପୀଠରେ ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ଅତିରିକ୍ତ ତହସିଲିଦାର, ଆରଡି ରାଜସ୍ୱ ନିରୀକ୍ଷକ ଦେବାଷିଶ ରାୟ, ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଧାମନଗର ଏସଡିପିଓ, ଧୁଷୁରୀ ଥାନା ଅଧିକାରୀ ଉପସ୍ଥିତ ରହିଥିଲାବେଳେ ଆରଡି ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ମନ୍ଦିର ଭିତରେ ରହି ମଣିବାବାଙ୍କ ସମସ୍ତ ନୀତିକାନ୍ତିର ତଦାରଖ କରିଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories