www.samajalive.in
Sunday, December 7, 2025
23.1 C
Bhubaneswar

ଚନ୍ଦ୍ରଯାନ-୨ର ଉତକ୍ଷେପଣ ବୈଜ୍ଞାନିକଙ୍କ ସାମର୍ଥ୍ୟ ଓ ୧୩୦ କୋଟି ଭାରତୀୟଙ୍କ ସଂକଳ୍ପକୁ ଦର୍ଶାଉଛି : ମୋଦୀ

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋର ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।  ସେ କହିଛନ୍ତି –

“ଏହା ଏକ ସ୍ୱତନ୍ତ୍ର ମୁହୂର୍ତ ଯାହା ଆମ ଗୌରବମୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ। ଚନ୍ଦ୍ରଯାନ ୨ର ଉତକ୍ଷେପଣ ବିଜ୍ଞାନର ଏକ ନୂତନ ସୋପାନରେ ପାଦ ଦେବା ଲାଗି ଆମ ବୈଜ୍ଞାନିକମାନଙ୍କ ସାମର୍ଥ୍ୟ ଏବଂ ୧୩୦ କୋଟି ଭାରତୀୟଙ୍କ ସଂକଳ୍ପକୁ ଦର୍ଶାଉଛି । ଆଜି ପ୍ରତ୍ୟେକ ଭାରତୀୟ ଅତ୍ୟନ୍ତ ଗର୍ବିତ !
ହୃଦୟରେ ଭାରତୀୟ, ଆତ୍ମାରେ ଭାରତୀୟ । ଭାରତୀୟମାନଙ୍କୁ ଯେଉଁ କଥାଟି ଆହୁରି ଅଧିକ ଆନନ୍ଦ ପ୍ରଦାନ କରିବ ତାହା
ହେଉଛି କି ଚନ୍ଦ୍ରଯାନ-୨ ହେଉଛି ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଅଭିଯାନ। ଚନ୍ଦ୍ରର ସୁଦୂର ସମ୍ବେଦନ ଗ୍ରହଣ (ରିମୋଟ ସେନ୍ସିଂ)
ପାଇଁ ଏହାର ଏକ ଅର୍ବିଟର ରହିବ ଓ ଚନ୍ଦ୍ର ପୃଷ୍ଠର ବିଶ୍ଳେଷଣ ପାଇଁ ଏକ ଲ୍ୟାଣ୍ଡର-ରୋଭର ମଡ୍ୟୁଲ ରହିବ।
ଚନ୍ଦ୍ରଯାନ-୨ ଅଦ୍ୱିତୀୟ କାରଣ ଏହା ଚନ୍ଦ୍ରପୃଷ୍ଠର ଦକ୍ଷିଣ ଗୋଲାର୍ଦ୍ଧ ସମ୍ପର୍କରେ ଅଧ୍ୟୟନ ଏବଂ ଅନ୍ୱେଷଣ କରିବ, ଅତୀତର
କୌଣସି ଅଭିଯାନରେ ଏହାର ଅନ୍ୱେଷଣ ଏବଂ ନମୁନା ସଂଗ୍ରହ ହୋଇନାହିଁ। ଏହି ମିଶନ ଚନ୍ଦ୍ର ସମ୍ବନ୍ଧରେ ନୂତନ ଜ୍ଞାନ
ପ୍ରଦାନ କରିବ।
ଚନ୍ଦ୍ରଯାନ-୨ ଭଳି ପ୍ରୟାସ ଆମ ପ୍ରତିଭାବାନ ଯୁବବର୍ଗଙ୍କୁ ବିଜ୍ଞାନ, ଉଚ୍ଚ ଗୁଣାତ୍ମକ ଗବେଷଣା ଏବଂ ଅଭିନବତା କ୍ଷେତ୍ରରେ
ଅଧିକ ଉତ୍ସାହିତ କରିବ। ଚନ୍ଦ୍ରୟାନରୁ ଭାରତର ଚନ୍ଦ୍ର ଅଭିଯାନକୁ ଅନେକ ପ୍ରୋତ୍ସାହନ ମିଳିବ। ଚନ୍ଦ୍ର ବାବଦରେ ଆମର
ଜ୍ଞାନ ଆହୁରି ଅଧିକ ବୃଦ୍ଧି ପାଇବ।”

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories