www.samajalive.in
Friday, December 5, 2025
20.1 C
Bhubaneswar

ଲଜ୍ଜା: ଟ୍ରେନରେ ମହିଳାଙ୍କ ଉପରେ ପରିସ୍ରା କଲେ ନିଶାସକ୍ତ ଯବାନ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଅଭିଯୋଗ ପଠାଇଲେ ପୀଡ଼ିତା

ସମାଜ ଡିଜିଟାଲ ଡେସ୍କ: ଟ୍ରେନରେ ଘଟିଛି ଲଜ୍ଜାଜନକ ଘଟଣା। ନିଶାସକ୍ତ ଅବସ୍ଥାରେ ଜଣେ ଯବାନ ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି। ହଜରତ ନିଜାମୁଦ୍ଦିନରୁ ଛତିଶଗଡ଼଼ର ଦୁର୍ଗ ଯାଉଥିବା ଗଣ୍ଡୱାନା ଏକ୍ସପ୍ରେସରେ ଏହି ଅଭାବନୀୟ ଘଟଣା ଘଟିଛି। ମହିଳା ଯାତ୍ରୀଙ୍କ ଅଭିଯୋଗ ଉପରେ ରେଳ ସୁରକ୍ଷା ବଳ(ଆରପିଏଫ) ନୀରବ ରହିବାରୁ ପୀଡ଼ିତା ଜଣକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)କୁ ଅଭିଯୋଗ ପଠାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ମହିଳାଙ୍କ ଘର ଛତିଶଗଡ଼଼ରେ। ସେ ତାଙ୍କ ସ୍ୱାମୀ ଏବଂ ସନ୍ତାନଙ୍କ ସହିତ ଟ୍ରେନର ବି-୯ ବଗିରେ ଯାତ୍ରା କରୁଥିଲେ। ଯାତ୍ରା ସମୟରେ ସେ ତଳ ସିଟ୍‌‌ରେ ଶୋଇଥିଲେ। ଗ୍ୱାଲିୟରରେ ଟ୍ରେନ ପହଞ୍ଚିବାକୁ କିଛି ସମୟ ରହିଥିଲା। ଏହି ସମୟରେ ଉପର ସିଟ୍‌‌ରେ ଯାତ୍ରା କରୁଥିବା ଜଣେ ଯବାନ ତାଙ୍କ ଉପରେ ପରିସ୍ରା କରିଥିବା ନେଇ ସେ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ତାଙ୍କ ସ୍ୱାମୀ ଏ ସମ୍ପର୍କରେ ଆରପିଏଫ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଆରପିଏଫ ପକ୍ଷରୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।

- Advertisement -

ଆରପିଏଫର ଏପରି କାର୍ଯ୍ୟକଳାପ ଦେଖି ମହିଳା ଜଣକ ଅସନ୍ତୋଷ ପ୍ରକାଶ କରିବା ସହିତ ପିଏମଓ ଏବଂ ରେଳ ମନ୍ତ୍ରୀଙ୍କୁ ଅଭିଯୋଗ କରିଥିବା ସୂଚନା ମିଳିଛି। ଅନ୍ୟପଟେ ଆରପିଏଫ ପକ୍ଷରୁ ସଫେଇ ଦେଇ କୁହାଯାଇଛି ଯେ, ସେମାନେ ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ସେଠାରେ ଅଭିଯୋଗକାରୀ ମହିଳାଙ୍କୁ ପାଇ ନ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories