www.samajalive.in
Friday, November 14, 2025
25.1 C
Bhubaneswar

ଯବାନଙ୍କ ଗୁଳିରେ ଦୁଇ ଯବାନ ମୃତ, ଜଣେ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ଛତିଶଗଡ଼ର ବଳରାମପୁର ଜିଲାରେ ପୁଲିସ କ୍ୟାମ୍ପରେ ଛତିଶଗଡ଼ ସଶସ୍ତ୍ର ବଳର ଜଣେ ଯବାନ ନିଜ ସାଥୀମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏଥିରେ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ବଳରାମପୁର ଜିଲାର ସାମରୀ ଥାନା ଅନ୍ତର୍ଗତ ଭୁତାହୀ କ୍ୟାମ୍ପରେ ବୁଧବାର ଅଜୟ ସିଦାର ନାମକ ସିଏଏଫ ଯବାନ ଜଣକ ନିଜ ସର୍ଭିସ ରାଇଫଲରୁ ତାଙ୍କ ସାଥୀ ଯବାନମାନଙ୍କ ଉପରକୁ ଆଖି ବୁଜା ଗୁଳି ଚାଳନା କରିଥିଲେ। ଗୁଳି ଶବ୍ଦ ଶୁଣି ଅନ୍ୟ ଯବାନମାନେ ଦୌଡ଼ି ଆସି ଅଜୟଙ୍କୁ କାବୁ କରିଥିଲେ। ଗୁଳି ବାଜି ସିଏଏଫ ଯବାନ ରୂପେଶ ପଟେଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅପରପକ୍ଷେ, ସନ୍ଦୀପ ପାଣ୍ଡେୟ ଏବଂ ଗାର୍ଡ କମାଣ୍ଡର ଅମ୍ବୁଜ ଶୁକ୍ଳା ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ କୁସମୀ ନିଆଯାଉଥିବାବେଳେ ରାସ୍ତାରେ ସନ୍ଦୀପ ପାଣ୍ଡେୟଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଅମ୍ବୁଜ ଶୁକ୍ଳାଙ୍କ ଦୁଇ ଗୋଡ଼ରେ ଗୁଳି ବାଜିଛି। ତେବେ ଗୁଳି ଚଳାଇଥିବା ଯବାନ ଅଜୟ ସିଦାର ଖାଇବା ବେଳେ ଲଙ୍କା ମାଗିଥିଲେ ଏବଂ ତାଙ୍କୁ ଲଙ୍କା ନ ଦେବାକୁ ନେଇ ବିବାଦ ହୋଇଥିଲା। ଏହି ବିବାଦ ଘନେଇ ଗୁଳିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Hot this week

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

ନୂଆପଡା ଜନାଦେଶ : ଚତୁର୍ଥ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୮୯୦୩ ଭୋଟ୍

ନୂଆପଡା: ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି। ଚତୁର୍ଥ...

ବିହାର ଜନାଦେଶ: ୧୬୧ ସିଟରେ ଆଗୁଆ ରହିଛି ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଗଣତି ଆରମ୍ଭ...

Related Articles

Popular Categories