www.samajalive.in
Sunday, December 14, 2025
19.1 C
Bhubaneswar

ସ୍ୱପ୍ନର କଳ୍ପନାଠାରୁ ବି ଅଧିକ ଆକର୍ଷଣୀୟ ସ୍ଥାନକୁ ଏୟାର ଏସିଆ ଇଣ୍ଡିଆ ସହ ଉଡନ୍ତୁ

ଯଦି ଆପଣ ସଂସ୍କୃତି, ଆଧ୍ୟାତ୍ମିକତା ଓ ଆଧୁନିକତା ଗୋଟିଏ ସ୍ଥାନରେ ଅନୁଭୂତି ପାଇବାର ପସନ୍ଦ କରନ୍ତି, ତେବେ ସବୁଠାରୁ ସୌନ୍ଦର୍ଯ୍ୟପୂର୍ଣ୍ଣ ଓ ଆକର୍ଷଣର ସହର ରୂପେ କୁଆଲାଲାମ୍ପୁର ସର୍ବୋତ୍ତମ। ଏଠାରେ କୁଆଲାଲାମ୍ପୁର ମଳୟ, ଚାଇନିଜ, ଭାରତୀୟ, ତାମିଲ, ଥାଇ ଆଦି ବିଭିନ୍ନ ବିବିଧ ସଂସ୍କୃତି ସହ ଜୀବନ୍ତ, ଆକର୍ଷକ ଓ ବହୁ ସଂସ୍କୃତି ସମ୍ପନ୍ନ ସହର ଅଟେ। ତେଣୁ ଏହି ସହରର ସୌନ୍ଦର୍ଯ୍ୟ ଉପଭୋଗ ଓ ଆକାଶରେ ଉଡିବାର ଆକାଂକ୍ଷା ପୂରଣ କରିବାରେ ଏୟାର ଏସିଆ ଆପଣଙ୍କୁ ସହଯୋଗ କରିବ। ଏବେ ଆପଣ ଭୁବନେଶ୍ୱରରୁ ସିଧାସଳଖ ଏୟାରଏସିଆ ବିମାନ ଯୋଗେ କୁଆଲାଲାମ୍ପୁର ଯାତ୍ରା କରିପାରିବେ। ଏଥିପାଇଁ ରହିଥିବା ଟିକେଟ ମୂଲ୍ୟ ଆପଣଙ୍କ ପକେଟକୁ ସୁହାଇବା ସହ ବିମାନ ଯାତ୍ରା ସ୍ୱପ୍ନ ସାକାର କରିବ।

କୁଆଲାଲାମ୍ପୁରରେ କିଛି ରୋମାଞ୍ଚକ ସ୍ଥାନ

- Advertisement -

ପେଟ୍ରୋନାସ୍‌ ଟ୍ୱିନ୍‌ ଟାୱାର:

The Petronas Twin Towers
The Petronas Twin Towers

ଏହି ସୁନ୍ଦର ଟାୱାର କୁଆଲାଲାମ୍ପୁର ଆକାଶ ମାର୍ଗର ଶୋଭାବର୍ଦ୍ଧନ କରୁଛି। ସେହିପରି ଦୁଇଟି ସୁଉଚ୍ଚ ଅଟ୍ଟାଳିକାକୁ ସଂଯୋଗ କରାଯାଇ ଗଢ଼ାଯାଇଥିବା କେଏଲସିସି ସ୍କାଏବ୍ରିଜ୍‌ରୁ ଆପଣ ସମଗ୍ର ସହରର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏଥିସହ ଟାୱାରର ୮୬ ତମ ମହଲାରୁ ଆପଣ ଅବିଶ୍ୱସନୀୟ ମନଲୋଭା ଦୃଶ୍ୟର ମଜା ନେଇପାରିବେ।

କୁଆଲାଲାମ୍ପୁର ବଟରଫ୍ଲାଏ ପାର୍କ:

Butter Fly Park
Butter Fly Park

ଏହା ଏକ ସୁନ୍ଦର, ପ୍ରକୃତି ଶୋଭାରାଜି ପୂର୍ଣ୍ଣ ଚିଡ଼ିଆଖାନା। ୭୦୦୦ ବର୍ଗ ମିଟର ପରିବ୍ୟାପ୍ତ ଏହି ପାର୍କରେ ୬୦୦୦ରୁ ଅଧିକ ପ୍ରଜାପତି ରହିଛନ୍ତି। ଏଥିସହ ଏଠାରେ ବିଭିନ୍ନ ପ୍ରକାରର ଫୁଲ, ବିଦେଶୀ ଚାରା ଆଦି ରହିଛି। ଏହା ବିଶ୍ୱର ସବୁଠାରୁ ବଡ଼ ପ୍ରଜାପତି ପାର୍କ। ତେଣୁ କୁହାଯାଇପାରେ କି ଏହି ସହର ଅନ୍ୟତମ ଲୋକପ୍ରିୟ ସ୍ଥାନ। ଅନ୍ୟତମ ମୁଖ୍ୟ ଆକର୍ଷଣ ରୂପେ ଗ୍ୟାଦେରିଂ ସ୍ପଟ୍‌ ରହିଛି। ଯେଉଁଠାରେ ଆପଣ ବହୁଗୁଡ଼ିଏ ପ୍ରଜାପତିକୁ ଖାଇବାକୁ ଦେଇପାରିବେ।

ସୁନ୍ଦର ପୁଷ୍କରିଣୀ, ଝରଣା, କୀଟପତଙ୍ଗ ସଂଗ୍ରହାଳୟ ଆଦି ରହିଛି। ତେବେ ଏଠାରେ ଆପଣ ପ୍ରଜାପତିଗୁଡ଼ିକର ଜୀବନଧାରା ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିପାରିବେ।

ବ୍ରିକ୍‌ ଫିଲ୍ଡ – କୁନି ଭାରତ

Brickfields – Little India
Brickfields – Little India

କୁଆଲାଲାମ୍ପୁର କେନ୍ଦ୍ରୀୟ ମୁଖ୍ୟ ରେଳ ଷ୍ଟେଶନଠାରୁ କିଛି ମିନିଟ ଦୂର ଦକ୍ଷିଣ ଦିଗରେ ରହିଛି ବ୍ରିକ୍‌ଫିଲ୍ଡ ଜିଲା। ଯାହାକୁ କୁନି ଭାରତ ବୋଲି କୁହାଯାଇଥାଏ। ଏଠାକାର ରାସ୍ତା କଡ଼ରେ ଭାରତୀୟ ସାମଗ୍ରୀ ଓ ଖାଦ୍ୟ ପଦାର୍ଥର ଭିଡ଼ ଲାଗିଥାଏ। ତେଣୁ କିଣାବିକା ଲାଗି ଭାରତୀୟଙ୍କ ପାଇଁ ଏହା ପ୍ରକୃଷ୍ଟ ସ୍ଥାନ। ଏଥିସହ ଯଦି ଆପଣ ଭାରତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ସେ ବ୍ୟବସ୍ଥା ମଧ୍ୟ ଉପଲବ୍ଧ। ଏଠାକାର ରେଷ୍ଟୁରାଣ୍ଟରେ କଦଳୀ ପତ୍ରରେ ସୁସ୍ୱାଦୁ ଖାଦ୍ୟ ପରସା ଯାଇଥାଏ। ଏଥିସହ ଯେଉଁମାନେ ବ୍ରିକ୍‌ଫିଲ୍ଡରେ ରାତ୍ରିଯାପନ କରିବାକୁ ଚାହିଁବେ, ତେବେ ଏଠାରେ ରୋମାଞ୍ଚଭରା ସନ୍ଧ୍ୟାରେ ନୃତ୍ୟସଙ୍ଗୀତର ମଜା ନେଇପାରିବେ। ତେଣୁ କୁଆଲାଲାମ୍ପୁର ଯାତ୍ରା ସମୟରେ ଏହି କୁନି ଭାରତ ବୁଲିବା ପାଇଁ ଭୁଲିବେ ନାହିଁ।

ଜେଣ୍ଟିଂ ଦ୍ୱୀପରେ କୁଆଲାଲାମ୍ପୁର ନିକଟରେ କେବୁଲ କାରରେ ହିଲକ ଗେଟୱେ

Genting-Island
Genting-Island

ଏହି ମନୋରଞ୍ଜନର ସହର ଏକ ପାହାଡି ରିସର୍ଟ ଅଟେ। ଯାହାକି ସମୁଦ୍ର ପତ୍ତନରୁ ୧୭୪୦ ମିଟର ଉଚ୍ଚରେ ରହିଛି। ଯେଉଁଠାରେ ହୋଟେଲ, ଗୋଟିଏ କ୍ୟାସିନୋ, ଗଲ୍‌ କୋର୍ସ, ଥିମ ପାର୍କ ଓ ଶପିଂ ମଲ୍‌ ମଧ୍ୟ ରହିଛି। ଜେଣ୍ଟିଂ ଦୀପରୁ ୫୧ କିଲୋମିଟର ଦୂର କୁଆଲାଲାମ୍ପୁରକୁ ଗମନାଗମନ ସୁବିଧା ଉତ୍ତମ ଅଟେ।

ଏଥିସହ ଶପିଂ ମଲ୍‌ ଓ ଇନଡୋର ଥିମ ପାର୍କ ସମ୍ବନ୍ଧିତ କେତେକ ବିଶେଷ ହୋଟେଲ ରହିଛି। ଯେଉଁଠାରେ ଆପଣ ଉଚିତ ମୂଲ୍ୟରେ ରୁମ୍‌ ବୁକ୍‌ କରିପାରିବେ। ଏଠାରେ ବର୍ଗର ଓ ଲବଷ୍ଟେର ଭଳି ଲୋକପ୍ରିୟ ରେଷ୍ଟୁରାଣ୍ଟରେ ଭୋଜନର ଆନନ୍ଦ ନେଇପାରିବେ। ରୋମାଞ୍ଚକ ଅନୁଭୂତି ଚାହୁଁଥିବା ଲୋକଙ୍କ ପାଇଁ କାଚ ଦ୍ୱାରା ଆବଦ୍ଧ ସ୍ଥାନରେ କେବୁଲ କାର ଯାତ୍ରା କରିପାରିବେ। ଜେଣ୍ଟିଂରେ ରାତ୍ରିଯାପନ ସର୍ବଦା ଆମୋଦଦାୟକ ରହିଥାଏ, ଯାହାକି ରାତି ବଢ଼ିବା ସହ ରୋମାଞ୍ଚକ ଅନୁଭୂତି ମଧ୍ୟ ବଢ଼ିଥାଏ। ଏଠାରେ ଥିବା କ୍ଲାଉଡ ୯ରେ ସଙ୍ଗୀତ ସହ ସୁସ୍ୱାଦୁ ଭୋଜନର ମଜା ନେଇପାରିବେ।

ଯଦି ଆପଣ ଏସିଆର ଏହି ସ୍ଥାନକୁ ଯିବାକୁ ଚାହାନ୍ତି, ଆପଣଙ୍କୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ। ୨୦ କେଜି ପର୍ଯ୍ୟନ୍ତ ସାମଗ୍ରୀ ବ୍ୟାଗ୍‌, ଭୋଜନ ଓ ଆରାମଦାୟକ ସିଟ୍‌ରେ ଯାତ୍ରା କରିବେ।

ତେଣୁ ଭୁବନେଶ୍ୱରରେ ରହୁଥିବା ଲୋକେ ଏହି ଅଫରର ଲାଭ ଉଠାନ୍ତୁ। ଏୟାରଏସିଆ ଜରିଆରେ ସଂସ୍କୃତିପୂର୍ଣ୍ଣ କୁଆଲାଲାମ୍ପୁର ବୁଲି ଯାଆନ୍ତୁ ଏବଂ ନିଜ ସ୍ୱପ୍ନ ସାକାର କରନ୍ତୁ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories