www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ମୁକାବିଲା ପାଇଁ ସୋଆ ଏନ୍ଏସ୍ଏସ୍‌ର ଶପଥ ପାଠ

ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀଙ୍କ ନୂଆ ଅଭିଯାନ ‘କରୋନା ସେ ବଚେ, ଯବ୍ ତକ୍ ଦବାଇ ନେହିଁ, ତବ୍ ତକ୍ ଢିଲାଇ ନେହିଁ”କୁ ଅନୁସରଣ କରି ଶୁକ୍ରବାର ଦିନ ସୋଆ ଏନ୍ଏସ୍ଏସ୍ ପକ୍ଷରୁ ଶପଥ ଗ୍ରହଣ କରାଯାଇଛି।
ନିଜେ ସତର୍କ ରହିବା ସହିତ ନିଜ ସାଙ୍ଗ ସାଥୀଙ୍କୁଏହି ମାରାତ୍ମକ ଭୂତାଣୁ ବିଷୟରେ ସଜାଗ କରିବା। ଏହା ସହିତ ଆବଶ୍ୟକୀୟ ଆଚାର-ବିଚାର ପାଳନ କରିବା ଓ ଅନ୍ୟମାନଙ୍କୁ କହିବା। ନିଜେ ସାବଧାନ ରହିବା ସହିତ ଅନ୍ୟମାନଙ୍କୁ ସାବଧାନ ରହିବାକୁ ଅନୁପ୍ରାଣିତ କରିବା। ନିଜେ ମୁହଁରେ ମାସ୍କ ପିନ୍ଧିବା, ଅନ୍ୟକୁ ମଧ୍ୟ କହିବା। ବିଶେଷତଃ ସାର୍ବଜନିକ ସ୍ଥାନରେ ପରସ୍ପର ଠାରୁ ଦୁଇ ଗଜ ସାମାଜିକ ଦୂରତା ରଖିବା, ହାତକୁ ସାବୁନ୍ ଓ ପାଣିରେ ଭଲ ଭାବେ ଧୋଇବା। ଏହିଭଳି ଭାବେ ସୋଆ ଏନ୍ଏସ୍ଏସ୍‌ର ପ୍ରୋଗ୍ରାମ୍ ସଂଯୋଜକ, ପ୍ରୋଗ୍ରାମ୍ ଅଧିକାରୀ ଓ ସ୍ୱେଚ୍ଛାସେବୀ ମାନେ ଶପଥ ପାଠ କରିଥିଲେ।
ସମସ୍ତେ ମିଶି କୋଭିଡ-୧୯କୁ ନିଶ୍ଚୟ ଜିତିବା। ସ୍ୱତଃ ପ୍ରବୃତ ଭାବରେ ଛାତ୍ରଛାତ୍ରୀ ଓ ଅନ୍ୟମାନେ ନିଜ ନିଜ ସ୍ଥାନରେ ଏହି ଶପଥ ନେଇଥିଲେ। ବିଶେଷତଃ ଅମିତ୍, ପ୍ରତୀକ, ଦେବାଶିଷ ପ୍ରମୁଖ ମୁଖ୍ୟ ଭୂମିକା ତୁଲାଇ ଥିଲେ। ପ୍ରୋଗ୍ରାମ କୋଡିନେଟର୍ ଡ. ନଚିକେତା ଶର୍ମା ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହତ କୋଭିଡ-୧୯ ସଚେତନତା ୱେବିନାର ଶୃଙ୍ଖଳା ଭଳି ଆଗାମୀ ଦିନରେ ପ୍ରତି ଏନ୍ଏସ୍ଏସ୍ ୟୁନିଟ୍ ସ୍ତରରେ ଜାତୀୟ ଶିକ୍ଷା ନୀତି ଉପରେ ୱେବିନାର ଆୟୋଜନ ହେବ ବୋଲି ସୂଚନା ଦେଇଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories