www.samajalive.in
Monday, December 15, 2025
26.1 C
Bhubaneswar

କଟକଣାରେ ହେବ ସ୍ନାନଯାତ୍ରା,୨୫ ତାରିଖ ସୁଦ୍ଧା ନିଯୋଗ ଦେବ ସେବାୟତ ତାଲିକା

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ହେବ, ମାତ୍ର କଟକଣା ସହ । କରୋନା କଟକଣା ଥିବାରୁ ସ୍ନାନଯାତ୍ରାକୁ ଅଳ୍ପ ସେବାୟତଙ୍କୁ ନେଇ ସମ୍ପନ୍ନ କରାଯିବ । ଅବଶ୍ୟ ଜୁନ୍ ୫ ତାରିଖରେ ସ୍ନାନଯାତ୍ରା ପଡ଼ୁଥିବାରୁ ୧ ତାରିଖ ପରବର୍ତୀ ସ୍ଥିତି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଦଶ ନିଯୋଗ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ଅନ୍ୟପକ୍ଷରେ ଶୀତଳଷଷ୍ଠୀ ଯାତ୍ରା କିପରି କରାଯିବ ତାହା ସମ୍ପର୍କରେ ଧାର୍ମିକ ଗୁରୁଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଚୂଡ଼ାନ୍ତ ହୋଇଛି । ଅନ୍ୟପଟେ ସେବାୟତମାନେ ମହାପ୍ରଭୁଙ୍କ ସମସ୍ତ ସେବାନୀତି ଶୃଙ୍ଖଳିତ ଓ ନିୟମ ଅନୁସାରେ କରିବା ନେଇ ମତ ଦେଇଛନ୍ତି ।

ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପହଣ୍ଡି ନୀତି ଠାରୁ ଆରମ୍ଭକରି ଜଳ ବିଜେ, ସ୍ନାନ ନୀତି ତଥା ଗଜାନନ ବେଶ ସୂଚାରୁ ରୂପେ ସମ୍ପାଦନ କରିବାନେଇ ବୈଠକରେ ଆଲୋଚନା କରାଯାଇଛି । କୋଭିଡ୍-୧୯ କଟକଣା ଭିତରେ କିଭଳି ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ ଓ ସୂଚାରୁ ରୂପେ ହେବ ସେ ନେଇ ବିଭିନ୍ନ ନିଯୋଗ ସେବାୟତଙ୍କ ତାଲିକା ଦେବେ । ଛତିଶା ନିଯୋଗ ବୈଠକ ଓ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯିବ । ଶୀତଳ ଷଷ୍ଠୀ ଭଳି ବାହାରେ ଅନୁଷ୍ଠିତ ହେବାକୁ ଥିବା ନୀତି ଗୁଡ଼ିକ କିଭଳି କରାଯିବ ସେନେଇ ଧାର୍ମିକ ଗୁରୁଙ୍କ ମତାମତ ନିଆଯିବ ।

- Advertisement -

ବୈଠକରେ ପୂଜାପଣ୍ଡା,ସୁଆର ମହାସୁଆର ,ପତ୍ରୀ ବଡୁ, ମହାଜନ, ପ୍ରତିହାରୀ, ପୁଷ୍ପାଳକ, ଗରାବଡୁ, ସୁଆରବଡୁ, ଖୁଣ୍ଟିଆ, ମେକାପ ନିଯୋଗର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ସ୍ନାନ ଯାତ୍ରା ଦିନ ନୀତି ସମ୍ପାଦନ ପାଇଁ ଆବଶ୍ୟକୀୟ ସେବାୟତ ମାନେ ହିଁ ଉପସ୍ଥିତ ରହି ନୀତି କରିବାକୁ ମତ ରଖିଥିଲେ । ରଥଯାତ୍ରାରେ ଆବଶ୍ୟକ ହେଲେ ସବୁ ସେବାୟତ ମିଶିକରି ରଥ ଭିଡ଼ିବା ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories