www.samajalive.in
Saturday, December 13, 2025
27.1 C
Bhubaneswar

ସ୍ମାର୍ଟଫୋନ୍ ବଞ୍ଚାଇଲା ପୁଲିସଙ୍କ ଜୀବନ

ଘରୁ ବାହାରିଲେ, ଆମେ ପ୍ରଥମେ ହ୍ୟାଣ୍ଡବ୍ୟାଗ୍‌ରେ ନଚେତ୍ ପକେଟ୍‌ରେ ସ୍ମାର୍ଟଫୋନ୍ ଅଛି କି ନାହିଁ, ପରଖି ନେଇଥାଉ। ଏଇ ଆଧୁନିକ ଯନ୍ତ୍ରଟି ପାଖରେ ନଥିଲେ ଅଚଳ ହେଲା ପରି ଅଧିକାଂଶ ଲୋକ ଅନୁଭବ କରୁଛନ୍ତି। ଏହି ସ୍ମାର୍ଟଫୋନ୍ ପାଇଁ ଯେ କେତେଜଣଙ୍କ ଜୀବନ ମଧ୍ୟ ରକ୍ଷା ହୋଇଛି, ସେ ବିଷୟରେ ବି ପାଠକ ଅବଗତ ହେବା ଆବଶ୍ୟକ। ୨୦୧୪ ମେ ୫ର ଏଇ ଘଟଣାଟି, ବ୍ରାଜିଲ୍‌ର ଅରାରାକ୍ବାରାବାସିନ୍ଦା ଜଣେ ପୁଲିସ୍‌ ଅଫିସର୍‌ ସେଦିନ ନିଜ କାମରୁ ଛୁଟି ନେଇଥାନ୍ତି। ପାଖ ସହରରେ ଥିବା ବାପା-ମା’ଙ୍କୁ ଭେଟିବା ପାଇଁ ସକାଳ ପହରୁ ସେ ବାହାରିଗଲେ, ତାଙ୍କ ପୈତୃକ ଘରେ ବୟସ୍କ ଲୋକ ରହୁଥିବା ଜାଣି ସେଦିନ ଚୋର ଦୁଇଜଣ ପଶିଥାନ୍ତି। ଆଲମାରି, ଥାକରୁ ବିଭିନ୍ନ ଜିନିଷ ସଂଗ୍ରହ କରିବା ସମୟରେ ପୁଲିସ୍‌ର ପୁରୁଣା ୟୁନିଫର୍ମ ଚୋର ଦିହେଁ ଦେଖି ପ୍ରମାଦ ଗଣିଲେ। ସେତିକିବେଳକୁ ପୁଲିସ୍‌ ଅଫିସର୍‌ଜଣକ ଘରେ ପଶି ଜିନିଷଗୁଡ଼ିକ ଏଣେତେଣେ ପିଙ୍ଗାହୋଇଥିବାର ଦେଖିଲେ, ବାପା-ମାଙ୍କୁ ଯେତେ ଡାକିଲେ ମଧ୍ୟ କାହାର ପ୍ରତ୍ୟୁତ୍ତର ପାଇନଥିଲେ। ଫୋନ୍ ଲଗାଇବାରୁ ମା’ କହିଲେ ସେମାନେ ଘର ପଛ ବଗିଚାରେ ଅଛନ୍ତି, ଶୀଘ୍ର ଫେରୁଛନ୍ତି। ଘର ଭିତରେ ଥିବା ଚୋରଙ୍କୁ ଦେଖିବା ପରେ ପୁଲିସ୍‌ ଅଫିସର୍‌ଜଣକ ବଡ଼ ପାଟି କଲେ, ଚୋର ଆଉ ବିଳମ୍ବ ନ କରି ତୁରନ୍ତ ବନ୍ଧୁକ ଚଳାଇଲା। ଗୋଟିଏ ଗୁଳି ଅସାବଧାନତାରେ କାନ୍ଥରେ ବାଜିବାବେଳେ ଅନ୍ୟ ଗୁଳିଟି ପୁଲିିସ୍‌ଙ୍କ ଜଂଘ ପାଖରେ ବାଜିଲା, ହେଲେ ସେ କ୍ଷତାକ୍ତ ହେଲେନି। କାରଣ ଗୁଳିଟି ତାଙ୍କ ସ୍ମାର୍ଟଫୋନ୍‌‌ରେ ବାଜିଥିଲା, ଫୋନ୍‌ଟି ଭାଙ୍ଗି ଚୁର୍‌ମାର୍ ହୋଇଗଲା ସତ କିନ୍ତୁ ପୁଲିସ୍‌ ଅଫିସର୍‌ଙ୍କ ଜୀବନ ରକ୍ଷା ହେଲା। ଗୁଳିଫୁଟା ଶବ୍ଦ ଶୁଣି ପାଖଆଖ ପଡ଼ୋଶୀ ଘରକୁ ଘେରାଉ କରି ଚୋର ଦୁହିଁଙ୍କୁ କାବୁ କରିନେଇଥିଲେ। ଶକ୍ତ ବନ୍ଧୁକ ଗୁଳିକୁ ସହିବାର ଶକ୍ତି ଯେ ସ୍ମାର୍ଟଫୋନ୍ ପାଖେ ଅଛି, ତାହା ଏଇ ଘଟଣାକ୍ରମରୁ ପ୍ରମାଣିତ ହୋଇଥିଲା।

ରୀ। n

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories