ଭାରତୀୟ ବଜାରକୁ ଆସିଲା ସ୍ମାର୍ଟ ସିଲିଙ୍ଗ ଫ୍ୟାନ୍, ମୋବାଇଲରେ କରିପାରିବେ କଣ୍ଟ୍ରୋଲ
ନୂଆଦିଲ୍ଲୀ : ଲାଭା ଇଣ୍ଟରନ୍ୟାସନାଲର ସବ୍-ବ୍ରାଣ୍ଡ ଅଟୋମେଟ ଇଣ୍ଟରନ୍ୟାସନାଲ ଭାରତରେ ତାର ଏକ ସ୍ମାର୍ଟ ସିଲିଙ୍ଗ ଫ୍ୟାନ୍ ଲଞ୍ଚ କରିଛି। ଯହାର ମୂଲ୍ୟ ମାତ୍ର ୩ହଜାର ୯୯୯ଟଙ୍କା। ଏହାର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ବ୍ଲୁଟୁଥର ସପୋର୍ଟ ଦିଆଯାଇଛି। ଯାହାଦ୍ୱାରା ଆପଣ ଫୋନ ସାହାର୍ଯ୍ୟରେ ଫ୍ୟାନକୁ ଅନ୍ ଏବଂ ଅଫ କରିପାରିବେ।
ଏହି ଫ୍ୟାନକୁ ୧୬ମାସ ଟେଷ୍ଟ କରାଯିବା ପରେ ବଜାର ପ୍ରବଶେ କରାଯାଇଛି। ଏହି ସ୍ମାର୍ଟ ପଙ୍ଖାକୁ ଭାରତର ପ୍ରାୟ ୭୫୦ଘରେ ପରୀକ୍ଷା କରାଯାଇଛି। ଏହାକୁ ଏକ ମୋବାଇଲ ସାହାର୍ଯ୍ୟରେ କଣ୍ଟ୍ରୋଲ କରିପାରିବେ। ଏଥିରେ କ୍ୱାଲାକମର ଚିପସେଟ୍ ବ୍ୟବହାର କରାଯାଇଛି ଏବଂ ଏହାକୁ ବାଙ୍ଗାଲୁରୁରେ ଫୋଲେ ଡିଜାଇନ୍ ସାହାର୍ଯ୍ୟରେ ଡିଜାଇନ୍ କରାଯାଇଥିବା ଜଣାପଡିଛି।
ଏହି ସ୍ମାର୍ଟ ପଙ୍ଖାରେ ସ୍ପିଡ ବଢାଇବା ପାଇଁ ସାଧାରଣ ପଙ୍ଖା ଭଳି ୫ଟି ଲେବୁଲ ଦିଆଯାଇଛି। ପଙ୍ଖାକୁ କଣ୍ଟ୍ରୋଲ କରୁଥିବା ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ। ଏହାସହିତ ଏହି ଆପରେ ଏକ ଟର୍ବୋ ମୋଡ ଦିଆଯାଇଛି। ଯାହା ସାହାର୍ଯ୍ୟରେ ପଙ୍ଖାର ସ୍ପିଡକୁ ୧୦ପ୍ରତିଶତ ବଢାଇପାରିବେ।
ସବୁଠାରୁ ଖାସ୍ କଥା ହେଉଛି ଏହି ସ୍ମାର୍ଟ ପଙ୍ଖାକୁ କଥାରେ ମଧ୍ୟ କଣ୍ଟ୍ରୋଲ କରାଯାଇପାରିବ। ଏହି ପଙ୍ଖାରେ ଏକାସହିତ ୨୦୦ବ୍ଲୁଟୁଥ ଡିଭାଇସ୍ରେ କନେକ୍ଟ କରାଯାଇପାରିବ।