www.samajalive.in
Saturday, December 6, 2025
14.1 C
Bhubaneswar

ସକାଳୁ ଘରୁ ବାହାରିବା ସମୟରେ ଛୋଟ ପିଲାଙ୍କ ହସ ଦେଖିବା ଶୁଭ

ଅନେକ ସମୟରେ ଜୀବନରେ ଭିନ୍ନ ଭିନ୍ନ ସଙ୍କେତ ମିଳିଥାଏ। ମାତ୍ର ବହୁ ସମୟରେ ଆମେ ଏଥିପ୍ରତି ଧ୍ୟାନ ଦେଇ ନଥାଉ। କିଛି ସଙ୍କେତ ଆମକୁ ଶୁଭତ୍ୱର ପ୍ରତୀକ ଦେଇଥାଏ। କିଛି ଅଶୁଭର ମଧ୍ୟ। କିଛି ସଙ୍କେତ ସଫଳତା ଓ ଧନ ଲାଭ ବିଷୟରେ ଜଣାଇଥାଏ। ଜାଣନ୍ତୁ….
୧- ଯଦି ଆପଣ କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି ଓ ସମ୍ମୁଖରେ ଖିର ସହ ପାତ୍ର ଦେଖନ୍ତି , ତେବେ କାର୍ଯ୍ୟରେ ସଫଳତା ମିଳିଥାଏ। ଦିନଟି ମଧ୍ୟ ଖୁସି ଓ ସୁରୁଖୁରୁରେ ବିତିଥାଏ।
୨- କାର୍ଯ୍ୟରେ ଘରୁ ବାହାରକୁ ଯିବା ସମୟରେ ପାଣି ପୂର୍ଣ୍ଣ ପାତ୍ର ଦେଖିଲେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିଥାଏ।
୩ – ମାନ୍ୟତା ଅନୁଯାୟୀ ମାଙ୍କଡ଼ ଘରର ଛାତରେ ଆମ୍ବର ଟାକୁଆ ପକାଇବା ଶୁଭ ସଙ୍କେତ। ଏହା ଧନ ଲାଭ ଓ ସଫଳତାର ସଙ୍କେତ ଦେଇଥାଏ।
୪ – ସକାଳ ସମୟରେ ଘରୁ ବାହାରିବା ସମୟରେ ଟଙ୍କା ମିଳିଲେ, ଏହା ଧନ ଲାଭର ସୂଚନା ଦେଇଥାଏ। ତେବେ ସନ୍ଧ୍ୟା ସମୟରେ ଟଙ୍କା ମିଳିଲେ ମନ୍ଦିରରେ ଦାନ କରିବା ଉଚିତ।
୫ – ସବୁଦିନ ତୁଳନାରେ ଯଦି କୌଣସି ଦିନ ଆପଣଙ୍କୁ ନିଜ ତ୍ୱଚା ଅଧିକ ଚମକ ଭଳି ଅନୁଭବ ହେଉଛି , ତେବେ ଆପଣଙ୍କ ଜୀବନରେ ଶୁଭ ସମୟ ଆରମ୍ଭ ହୋଇ ଯାଇଛି ବୋଲି କୁହାଯାଏ।
୬ – ସକାଳୁ ଘରୁ ବାହାରିବା ସମୟରେ କୌଣସି ଛୋଟ ପିଲାଙ୍କ ହସ ଦେଖିବା ମଧ୍ୟ ଶୁଭ।
୭ – ସକାଳ ସମୟରେ ବାଛୁରୀକୁ ଗାଈ ଠାରୁ ଖିର ପିଇବା ଦେଖିବା ମଧ୍ୟ ଶୁଭ। ଏହା ଧନ ବୃଦ୍ଧି ଓ ପ୍ରାପ୍ତିର ସଙ୍କେତ ଦେଇଥାଏ।
ବାସ୍ତୁ ଶାସ୍ତ୍ରରେ ଘରେ ଏପରି କିଛି ଜିନିଷ ରହିଛି ଯାହାକୁ ଲଗାଇବା କିମ୍ବା ଘରେ ରଖିବା ଦ୍ୱାରା ସକରାତ୍ମକ ଶକ୍ତି ଆସିଥାଏ ଓ କାର୍ଯ୍ୟରେ ସଫଳତା ମିଳିଥାଏ।
ପାରା – ପାରାକୁ ଶାନ୍ତିର ପ୍ରତୀକ କୁହାଯାଏ। ବାସ୍ତୁ ଅନୁଯାୟୀ ଘରେ ଯୋଡ଼ା ପାରା (ସୋ ପିସ୍‍ ) କିମ୍ବା ପୋଷ୍ଟର ଲଗାଇଲେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ପ୍ରଜାପତି – ଅନେକ ସମୟରେ ବଗିଚାରେ ରଙ୍ଗବେରଙ୍ଗର ପ୍ରଜାପତି ଦେଖିଲେ ମନକୁ ଶାନ୍ତି ମିଳିଥାଏ। ମାତ୍ର ବଜାରରେ ବିକ୍ରି ହେଉଥିବା ରଙ୍ଗବେରଙ୍ଗର ପ୍ରଜାପତି ଚିତ୍ର ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ହଂସ – ଶାସ୍ତ୍ରରେ ହଂସର ବିଶେଷ ମହତ୍ତ୍ୱ ରହିଛି। ଘରେ ଓ କାର୍ଯ୍ୟାଳୟରେ ହଂସର ଯୋଡ଼ା (ସୋ ପିସ୍‍ ) ରଖିବା ଦ୍ୱାରା ଶୁଭ ମିଳିଥାଏ। ବାସ୍ତୁ ଦୋଷ ଦୂର ହେବା ସହ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ବୃଦ୍ଧଙ୍କ ପ୍ରତିମା – ବୃଦ୍ଧଙ୍କ ପ୍ରତିମା ମଧ୍ୟ ଶାନ୍ତିର ପ୍ରତୀକ। ଏହାଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ସୁପ୍ରଭାବ ପଡ଼ିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories