www.samajalive.in
Sunday, December 7, 2025
13.1 C
Bhubaneswar

ଆର୍ଥିକ କ୍ଷତି ସହିଥିବା ଲକ୍ଷାଧିକ ଭାରତୀୟ ବିକ୍ରେତାଙ୍କ ପାଇଁ ପ୍ରୋତ୍ସାହନ ଯୋଜନା

ବେଙ୍ଗାଲୁରୁ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ଲହର ଯୋଗୁ ଆର୍ଥିକ କ୍ଷତି ସହିଥିବା ଲକ୍ଷାଧିକ ଭାରତୀୟ ବିକ୍ରେତାମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ଆମାଜନ ଇଣ୍ଡିଆ ପକ୍ଷରୁ ଆମାଜନ ସ୍ମଲ ବିଜନେସ ଡେଜ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏହା ୨୦୨୧ ଜୁଲାଇ ୨ର ମଧ୍ୟରାତ୍ରରୁ ଆରମ୍ଭ ହୋଇ ୨୦୨୧ ଜୁଲାଇ ୪ ରାତ୍ର ୧୧ଟା ୫୯ ପର୍ଯ୍ୟନ୍ତ ଜାରି ରହିବ। ଏହି ସେଲ କାର୍ଯ୍ୟକ୍ରମରେ ଗ୍ରାହକଙ୍କୁ ସେମାନଙ୍କର ଚାହିଦା ଅନୁସାରେ ଅନନ୍ୟ ପସନ୍ଦଯୋଗ୍ୟ ଉତ୍ପାଦ ଲକ୍ଷାଧିକ ବିକ୍ରେତା, ମାନ୍ୟୁଫାକଚର, ଷ୍ଟାର୍ଟ ଅପ ଏବଂ ବ୍ରାଣ୍ଡ୍, ମହିଳା ଉଦ୍ୟୋଗୀ, ହସ୍ତଶିଳ୍ପ କାରିଗର ଏବଂ ବୁଣାକାର ତଥା ସ୍ଥାନୀୟ ଦୋକାନରୁ ଯୋଗାଇ ଦିଆଯିବ। ଏହି ୩ ଦିନିଆ ସେଲ କାର୍ଯ୍ୟକ୍ରମରେ ଗ୍ରାହକ ବହୁବିଧ ସାମଗ୍ରୀ କିଣିବାର ସୁଯୋଗ ପାଇବା ସହିତ ବିଭିନ୍ନ ଡିଲ ଏବଂ ଅଫର ଲାଭ କରିବାର ସୁଯୋଗ ହାସଲ କରିବେ। ଏହି ଅବସରରେ ଗ୍ରାହକଙ୍କୁ ଇମ୍ୟୁନିଟି ବୁଷ୍ଟର, ମନ୍ସୁନ ଏସେନ୍ଶିଆଲ, ହୋମ ଫିଟ୍ନେସ ଉତ୍ପାଦ, ଅଂଚଳର ହସ୍ତଶିଳ୍ପ ଆଦି ଯୋଗାଇ ଦିଆଯିବ। ଗ୍ରାହକଙ୍କୁ ୱାର୍କ ଫର୍ମ ଏସେନ୍ଶିଆଲ, କମ୍ପଫର୍ଟ ଫୁଡ, ଆଂଚଳିକ ହେରିଟେଜ ହ୍ୟାଣ୍ଡଲୁମ ଆଦି ଯୋଗାଇ ଦିଆଯିବ। ସ୍ମଲ ବିଜନେସ ଡେଜ୍ରେ ଗ୍ରାହକଙ୍କ ବିସ୍ତୃତ ବର୍ଗର ଉତ୍ପାଦ ମହଜୁଦ ରହିଛି। ଏ-ପେ ଏବଂ ଅନ୍ୟ ଡିଜିଟାଲ ପେଂମେଟରେ ଗ୍ରାହକଙ୍କୁ ୧୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସ୍ ବ୍ୟାକ୍ ଅଫର ଯୋଗାଇ ଦିଆଯିବ। ଇତିମଧ୍ୟରେ କେନ୍ଦ୍ର ସଡକ ପରିବହନ, ରାଜପଥ, ଏମଏସଏମଇ ମନ୍ତ୍ରୀ ଲକ୍ଷ ଲକ୍ଷ ଏମଏସଏମଇ ପାଇଁ ହାତକୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଏମଏସଏମଇର ସଫଳତା ଦିଗରେ ପ୍ରମୁଖ ଭୂମିକା ନେବା ସହିତ ଦେଶର ଜିଡିପିରେ ଏମଏସଏମଇର ଅବଦାନ ବୃଦ୍ଧିରେ ସହାୟକ ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories