ଡେରି ରାତି ଯାଏଁ ନିଦ ହେଉ ନାହିଁ କି? ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ରାତିରେ ଉତ୍ତମ ନିଦ ନହେବା ଅନେକ ଲୋକଙ୍କ ସମସ୍ୟା ହୋଇଯାଇଛି । ଏମିତିକି ଶୋଇବା ସମୟରେ ଅଜବ ଧରଣର ସ୍ବପ୍ନ ଆସିଥାଏ । ଦିନ ସାରା ଚିଡଚିଡା ଲାଗିଥାଏ, ଯାହା ଦ୍ବାରା କୌଣସି କାର୍ଯ୍ୟ ମଧ୍ୟ ଠିକ୍‌ ଭାବରେ ହୋଇନଥାଏ ।  ପୁରା ଦିନ ନଷ୍ଟ ହୋଇଯାଇଥାଏ । ଏଥିପାଇଁ କିଛି ବାସ୍ତୁ ଟିପ୍ସ ଆପଣାନ୍ତୁ ଯାହା ଦ୍ବାରା ଏହି ସମସ୍ୟା ଦୂର ହୋଇ ପାରିବ ।

ଧ୍ୟାନ ରଖନ୍ତୁ ଯେ, ଶୟନ କକ୍ଷରେ ଯେପରି କୌଣସି ଜଳ ସ୍ରୋତ ନ ରୁହେ । ଏହା ଦ୍ବାରା ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଇଥାଏ ।

prayash

କିଛି ଲୋକ ଶୟନ କକ୍ଷରେ ବୈଦ୍ୟୁତିକ ଜିନିଷ ଯଥା ଟିଭି ଓ କମ୍ପ୍ୟୁଟର ରଖିଥାଆନ୍ତି । ଏହାକୁ ବାସ୍ତୁଦୋଷ ବୋଲି କୁହାଯାଏ । ଭୁଲରେ ବି ଏହି ଜିନିଷକୁ ଶୟନ କକ୍ଷରେ ରଖନ୍ତୁ ନାହିଁ ।

ଶୟନ କକ୍ଷରେ ଖଟ କେଉଁ ଦିଗରେ ପକାଉଛନ୍ତି ସେପ୍ରତି ଦୃଷ୍ଟି ଦିଅନ୍ତୁ । ଯଦି ଖଟ ଭୁଲ୍‌ ଦିଗରେ ପଡିଥାଏ, ଏହାର ଖରାପ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ ।

ଶୟନ କକ୍ଷରେ ପାଣି, ଝରଣା ଏବଂ କୌଣସି ପର୍ବତର ଫଟୋ ଚିତ୍ର ରଖନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ସମସ୍ୟା ବଢିପାରେ ।

Comments are closed.