www.samajalive.in
Monday, December 8, 2025
27.1 C
Bhubaneswar

ଦହିରେ କେଉଁ ଦ୍ରବ୍ୟ ମିଶାଇ ଖାଇବା କେତେ ଦୂର ଠିକ ଜାଣିଛନ୍ତି କି ?

ଦହି ଏକ ଏପରି ଖାଦ୍ୟ ଜିନିଷ ଯାହାକୁ ବର୍ଷକ ବାର ମାସ ଖାଇପାରିବା। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖେ। ତ୍ୱଚାର ଚମକ ବୃଦ୍ଧି କରେ। ଦହିରେ ଭରପୁର ମାତ୍ରାରେ କ୍ୟାଲସିୟମ, ପ୍ରୋଟିନ, ଭିଟାମିନ ଆଦି ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ମାତ୍ର ଦହିକୁ କିଭଳି ଆପଣ ସେବନ କରୁଛନ୍ତି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଅର୍ଥାତ ଦହି ସହ କେଉଁ ଖାଦ୍ୟଦ୍ରବ୍ୟ ମିଶାଇ ଖାଇବା ଉଚିତ ଓ ଅନୁଚିତ ସେ ବିଷୟରେ ଜାଣିବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ ଏହା ବିଷୟରେ ….
ବହୁ ଲୋକଙ୍କ ଅଭ୍ୟାସ ସେମାନେ ଦହିରେ ଲୁଣ, ବିଭିନ୍ନ ମସଲା ଓ ଚିନି ପକାଇ ଖାଇଥାଆନ୍ତି। ମାତ୍ର ଏସବୁ ଦ୍ରବ୍ୟ ଦହିରେ ମିଶାଇ ଖାଇବା କେତେ ଦୂର ଠିକ ଜାଣିଛନ୍ତି କି ?
ଦହିକୁ ଏକ ପ୍ରକାର ଆୟୁର୍ବେଦିକ ଔଷଧ ବୋଲି କୁହାଯାଏ।
ମାତ୍ର ଦହିରେ ଲୁଣ ପକାଇ ଖାଇଲେ ଏହାର ସମସ୍ତ ଉପକାରୀ ତତ୍ତ୍ୱ ନଷ୍ଟ ହୋଇଯାଏ। ଦହିରେ ସର୍ବଦା ଚିନି, ମିଶ୍ରି, ଗୁଡ଼ ଆଦି ପକାଇ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ।
ଦହିରେ ମିଶ୍ରି ପକାଇ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ମିଶ୍ରି ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ। ଏହାସହ ଆପଣ ଦେଖିଥିବେ ଜନ୍ମାଷ୍ଟମୀ ଦିନ ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ନିକଟରେ ଦହି ଓ ମିଶ୍ରି ଭୋଗ ଲଗାଯାଏ। ପୂର୍ବ ସମୟରେ ଲୋକେ ଦହିରେ ମିଶ୍ରି ପକାଇ ଖାଇଥାଆନ୍ତି, କେହି ମଧ୍ୟ ଲୁଣ ପକାଇ ଖାଇନଥାଆନ୍ତି।
ଦହିରେ ଥିବା ଉପକାରୀ ବ୍ୟାକ୍ଟେରିଆ ଖାଦ୍ୟକୁ ଭଲ ଭାବେ ହଜମ କରିବା ସହ ପେଟ ଜନିତ ବିଭିନ୍ନ ସମସ୍ୟା ଦୂର କରିଥାଏ। ତେଣୁ ଦହିରେ ମିଶ୍ରି କିମ୍ବା ଚିନି ପକାଇ ଖାଇଲେ ଏହି ବ୍ୟାକ୍ଟେରିଆ ନଷ୍ଟ ହୁଅନ୍ତି ନାହିଁ ଓ ଉପକାରୀ ବ୍ୟାକ୍ଟେରିଆର ପରିମାଣ ବଢିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।
ଦହି ଖାଇବାର ଲାଭ –
ଦହି ଖାଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୁଏ।
ଖରା ଦିନରେ ଦହି ଖାଇବା ଦ୍ୱାରା ଶରୀରର ତାପମାତ୍ରା ସଠିକ ରହିବା ସହ ଅତ୍ୟଧିକ ଗରମ ଅନୁଭବ ହୁଏ ନାହିଁ।
ଦହିକୁ ମୁହଁରେ ଲଗାଇଲେ ତ୍ୱଚାର ଚମକ ବୃଦ୍ଧି ପାଇଥାଏ।
ଦହି ଖାଇବା ଦ୍ୱାରା ଦାନ୍ତ, ନଖ ଆଦି ଶକ୍ତ ହୋଇଥାଏ।
ଦହିରେ ଥିବା କ୍ୟାଲସିୟମ ହାଡ଼କୁ ଶକ୍ତ ରଖିବା ପାଇଁ ମଧ୍ୟ ସାହାଯ୍ୟ କରେ।
ଅଧିକ ପତଳା ସ୍ୱାସ୍ଥ୍ୟ ଥିବା ଲୋକେ ଦହି ଖାଇବା ଦ୍ୱାରା ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହୋଇଥାଏ।
ଏହା କୋଲେଷ୍ଟେରୋଲ, ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ ରଖିବା ସହ ହୃଦୟ ସୁସ୍ଥ ରଖିଥାଏ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories