କଟକ: କଟକ ଖାନନଗର ବ୍ରିଜ ନିର୍ମାଣବେଳେ ସ୍ଲାବ ଖସି ପଡ଼ିବାରୁ ସେଠାରେ କାମ କରୁଥିବା ଶ୍ରମିକମାନେ ଚାପି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ସେମାନଙ୍କ ମଧ୍ୟରୁ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ୩ ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
କଟକ ଖାନନଗର ବ୍ରିଜ ନିର୍ମାଣବେଳେ ଅଘଟଣ। ଖାନନଗର ବ୍ରିଜ ନିର୍ମାଣବେଳେ ହଠାତ ବ୍ରିଜର ସ୍ଲାବ ଖସି ପଡ଼ିଥିଲା। ଫଳରେ ସେଠାରେ କାମ କରୁଥିବା ୫ଜଣ ଶ୍ରମିକ ଚାପି ହୋଇ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ୩ଜଣ ଗୁରୁତର ଶ୍ରମିକଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱୀତ କରିଥିବା ଜଣାପଡ଼ିଛି।



